🗂 Local | 🕒 09 May 2025, 21:02 IST
ଭୁବନେଶ୍ବର ସ୍ଥିତ ରାଜଭବନର ଭାରତ ସ୍କାଉଟ ଗାଇଡ୍, ଓଡିଶା ତରଫରୁ ତା ୯ ରିଖରେ ଭୁବନେଶ୍ବର ସ୍ଥିତ ରାଜଭବନର ଅଭିଷେକ ହଲ୍ରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ୨୦୨୪-୨୫ ବର୍ଷର ରାଜ୍ୟପାଳ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡାଃ ହରିବାବୁ କମ୍ଭମପତି ପୁରୀ ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡର ଗାଇଡ କମିସନର ତଥା କଣାସ ସ୍ଥିତ ମହନ୍ତ ବନମାଳୀ ଦାସ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ରୂପଶ୍ରୀ ଛୋଟରାୟଙ୍କୁ ତାଙ୍କର ନିରବିଚ୍ଛିନ୍ନ ସେବା ସଂଗଠନକୁ ପ୍ରଦାନ କରିଥିବାରୁ *ସର୍ଭିସ୍ ଷ୍ଟାର* ପଦକ ଓ ମାନପତ୍ର ପ୍ରଦାନ କରିଅଛନ୍ତି l ଏହି ଉତ୍ସବରେ ରାଜ୍ଯ ପ୍ରଥମ ଗାଇଡ ଶ୍ରୀମତୀ ଜୟଶ୍ରୀ କମ୍ଭମପତି, ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭାରତ ସ୍କାଉଟ ଓ ଗାଇଡର ରାଷ୍ଟ୍ରୀୟ ଉପସଭାପତି ତଥା ରାଜ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ର, ରାଜ୍ଯ ସ୍କାଉଟ ମୁଖ୍ୟାଳୟର ସଚିବ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ରାଜ୍ଯ ମୁଖ୍ୟାଳୟର ଜଏଣ୍ଟ ସଚିବ ଶ୍ରୀମତୀ ଅନାମିକା ଦାସ ପରିଚାଳନା କରିଥିଲେ l
No comments yet.