🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
କ୍ରୀଡା ଛାତ୍ରାବାସରେ ଜାତୀୟ ଯୁବ ଦିବସ ପାଳିତ - NILACHALA SAMACHAR
Article Image

କ୍ରୀଡା ଛାତ୍ରାବାସରେ ଜାତୀୟ ଯୁବ ଦିବସ ପାଳିତ

🗂 Local | 🕒 12 Jan 2026, 20:29 IST


ପୁରୀ ୧୨/୧ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୨ ତାରିଖ କୁ ଦେଶ ପାଳନ କରିଥାଏ ଜାତୀୟ ଯୁବ ଦିବସ।ଯୁବ ଶକ୍ତି ର ପ୍ରତୀକ ସ୍ବାମୀ ବିବେକାନନ୍ଦ ଙ୍କୁ ସ୍ମରଣ ଓ ତାଙ୍କ ଆଦର୍ଶ ସମ୍ପର୍କରେ ସ୍ମୃତି ଚାରଣ କରି ଆଜି ପୂର୍ବାହ୍ନରେ ପୁରୀ ଶ୍ରୀଜଗନ୍ନାଥ ଷ୍ଟାଡିୟମସ୍ଥିତ କ୍ରୀଡା ଛାତ୍ରାବାସରେ ପାଳିତ ହୋଇଥିଲା ଜାତୀୟ ଯୁବ ଦିବସ।ଏଥିରେ ଯୋଗ ଦେଇ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସ୍ବାମୀ ବିବେକାନନ୍ଦ ଜଣେ ଦୃଢ଼ମନା, ଶୃଙ୍ଖଳିତ ଜୀବନ ଚର୍ଯ୍ୟା,ଆଦର୍ଶ ଓ ଚରିତ୍ରବାନ ବ୍ୟକ୍ତି ଭାବେ ବିଶ୍ବ ରେ ପରିଚିତ।ଯୁବବର୍ଗ ବିବେକାନନ୍ଦ ଙ୍କ ଜୀବନ ରୁ ଶିକ୍ଷା ଲାଭ କରି ନିଷ୍ଠାପର ଭାବେ ନିଜ ଲକ୍ଷ୍ୟ ରେ ଆଗେଇ ସଫଳ ହେବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।ଏଥିରେ ଖୋ ଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର, ଛାତ୍ରାବାସ ର କର୍ମଚାରୀ, ଅନ୍ତେବାସୀ ମାନେ ଯୋଗ ଦେଇଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: