🗂 Local | 🕒 13 Jan 2026, 11:15 IST
ପୁରୀ ସହରରେ ପୋଲିସର ସ୍ବତନ୍ତ୍ର ଅଭିଯାନ । ମାଞ୍ଜା ସୂତା ବିକ୍ରୟ ଓ ବ୍ୟବହାର ବିରୋଧରେ ସ୍ବତନ୍ତ୍ର ଅଭିଯାନ ଚାଲିଛି। ପ୍ରତିଦିନ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବଡ଼ଦାଣ୍ଡ ସହିତ ସହରର ବିଭିନ୍ନ ଅଞ୍ଚଳରେ ବୁଲୁଛନ୍ତି। ଏପରି ପରିସ୍ଥିତିରେ ମାଞ୍ଜା ଲାଗିଥିବା ଗୁଡ଼ି ସୂତା ଦ୍ୱାରା ଦୁର୍ଘଟଣା ଏଡେଇବା ପାଇଁ ପୁରୀ ଏସପିଙ୍କ ନିର୍ଦେଶରେ ସହରରେ ସ୍ବତନ୍ତ୍ର ଅଭିଯାନ କରାଯାଇଛି। ସମ୍ପ୍ରତି ବଡ଼ଦାଣ୍ଡ ଓ ତାହା ସଂଲଗ୍ନ ଅଞ୍ଚଳରେ ମାଞ୍ଜା ସୂତା ସଂସ୍ପର୍ଶରେ ଆସି ଦୁଇଚକିଆ ଯାନ ଆରୋହୀ ଓ ପଦଚାରୀମାନେ ଆହତ ହେବାର ସମ୍ଭାବନା ରହିଛି । ସହରର ବିଭିନ୍ନ ଗୁଡ଼ି ଦୋକାନ ଓ ବ୍ୟବସାୟୀଙ୍କ ପାଖରୁମୋଟ ୭୦ ବଣ୍ଡଲ୍ ମାଞ୍ଜା ଗୁଡ଼ି ସୂତା ଜବତ କରାଯାଇଛି ।
ଅବୈଧ ଭାବେ ମାଞ୍ଜା ସୂତା ବିକ୍ରୟ କରୁଥିବା ବ୍ୟକ୍ତିମାନଙ୍କୁ କଢ଼ା ଚେତାବନୀ ଦିଆଯାଇଛି ।
ପ୍ରୟୋଜନ ଅନୁସାରେ ସମ୍ପୃକ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।ପୁରୀ ପୁଲିସ ସ୍ପଷ୍ଟ କରିଛି ଯେ ମାଞ୍ଜା ସୂତା ବ୍ୟବହାର ଏବଂ ବିକ୍ରୟ ଆଇନତଃ ଅପରାଧ । ଏହା ମାନବ ଜୀବନ ସହିତ ପକ୍ଷୀ, ପଶୁ ଓ ପରିବେଶ ପାଇଁ ମଧ୍ୟ ଭୟଙ୍କର । ସାଧାରଣ ଜନତାଙ୍କୁ ଅନୁରୋଧ ସହର ଓ ବଡ଼ଦାଣ୍ଡ ଅଞ୍ଚଳରେ ମାଞ୍ଜା ଲାଗିଥିବା ଗୁଡ଼ି ଉଡ଼ାନ୍ତୁ ନାହିଁ ।
ଯଦି କେହି ମାଞ୍ଜା ସୂତା ବିକ୍ରୟ କିମ୍ବା ବ୍ୟବହାର କରୁଥିବା ଦେଖିବେ, ତେବେ ନିକଟସ୍ଥ ଥାନାକୁ କିମ୍ୱା ୧୧୨ କୁ କଲ କରି ସୂଚନା ଦିଅନ୍ତୁ । ପୁରୀ ପୁଲିସ ସହରର ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଓ ସାଧାରଣ ଲୋକଙ୍କର ଜୀବନ ସୁରକ୍ଷା ପ୍ରତି ପ୍ରତିବଦ୍ଧ । ଆଗାମୀ ଦିନରେ ମଧ୍ୟ ଏପରି ଅଭିଯାନ ଆହୁରି କଢ଼ା କରାଯିବ ।
No comments yet.