🗂 Art & Culture | 🕒 10 May 2025, 01:58 IST
ପୁରୀ ତହସିଲ ଅନ୍ତର୍ଗତ ଆପିଲା ମୌଜାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ଉପରେ ଚାଲିଥିବା ବେଆଇନ୍ ଖନନ ଉପରେ ଚଢାଉ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସହକାରୀ ପ୍ରଶାସକ, ତହସିଲଦାର ଏବଂ ପୁଲିସର ମିଳିତ ଟିମ୍ ଏହି ଚଢାଉ କରିବା ସହ ବେଆଇନ୍ ଖନନରେ ଲାଗିଥିବା ଜେସିବି ଏବଂ 2ଟି ଟ୍ରାକ୍ଟରକୁ ଜବତ କରିଛନ୍ତି । ଏଥି ସହିତ ଆଇନ୍ ଗତ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ମହାପ୍ରଭୁଙ୍କ ସମସ୍ତ ଜମିର ସୁରକ୍ଷା ପାଇଁ ସତର୍କ ନଜର ରଖିବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ ତଢାଉ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କାହିରିକୁ ଛଡାଯିବ ନାହିଁ ବୋଲି ମୁ୍ଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି ।
No comments yet.