ଘରେ ପଶି ଧମକ ଦେଇ ଟଙ୍କା ଛଡାଇବା ଅଭିଯୋଗରେ ଜଣେ ଗିରଫ - NILACHALA SAMACHAR
Article Image

ଘରେ ପଶି ଧମକ ଦେଇ ଟଙ୍କା ଛଡାଇବା ଅଭିଯୋଗରେ ଜଣେ ଗିରଫ

🗂 Crime | 🕒 18 Jan 2026, 02:14 IST

 

ପୁରୀ, ୧୭/୧ : ନବକଳେବର ରୋଡ ନୂଆସାହିରେ ଘରେ ପଶି ଟଙ୍କା ଛଡାଇବା ସହ ହତ୍ୟା ଧମକ ଦେବା ଅଭିଯୋଗରେ ତଳବଣିଆ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ସିଦ୍ଧାମହାବୀର ପୁରୁଷୋତ୍ତମ ନଗରରେ ରହୁଥିବା ଜଗନ୍ନାଥ ବଲ୍ଲଭର ବିରଞ୍ଚି ମହାପାତ୍ର ୨୬ l ଅଭିଯୁକ୍ତ ନିକଟରୁ ଏକ ହଜାର ଟଙ୍କା, ବାଇକ ଓ ମୋବାଇଲ ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ନବକଳେବର ରୋଡ ନୂଆ ସାହିର ପିଙ୍କି ଭୋଇ ନାମ୍ନୀ ଜଣେ ମହିଳା ଗତ ୧୬ ତାରିଖରେ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ଉକ୍ତ ଦିନ ସେ ଘରେ ଥିବାବେଳେ ଅପରାହ୍ନ ପ୍ରାୟ ୪ଟାରୁ ୫ଟା ଭିତରେ ଅଭିଯୁକ୍ତ ଘରକୁ ଆସି ଏକ ହଜାର ଟଙ୍କା ମାଗିଥିଲା l ଟଙ୍କା ନଦେଲେ ଜୀବନରୁ ମାରିଦେବା ପାଇଁ ଧମକ ଦେବା ସହ ଏକ ହଜାର ଟଙ୍କା ଛଡାଇ ନେଇଥିଲା l ମହିଳାଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକମାନେ ଘେରିଯାଇ ଅଭିଯୁକ୍ତକୁ ଅଟକ ରଖି ପିସିଆର ଜିମା ଦେଇଥିଲେ l ପିସିଆର ତଳବଣିଆ ଥାନାରେ ଦେଇଥିଲେ l ପରେ ଥାନା ପକ୍ଷରୁ ୨୧/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ତଦନ୍ତ ପରେ ଅଭିଯୁକ୍ତ କୁ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: