ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। - NILACHALA SAMACHAR
Article Image

ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

🗂 Local | 🕒 05 Feb 2026, 11:38 IST

ପୁରୀ ୪/୨ : ମହାମହିମ ରାଷ୍ଟ୍ରପତି ସକାଳେ ପ୍ରଥମେ ତୀର୍ଥ ପୁଷ୍କରିଣୀ ଶ୍ବେତ ଗଙ୍ଗାକୁ ଯାଇଥିଲେ। ସକାଳ ୭ ଟା ରେ ରାଷ୍ଟ୍ରପତି ସେଠାରେ ପହଞ୍ଚିବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ରାଷ୍ଟ୍ରପତି ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରିଥିଲେ। ପରେ ଶ୍ବେତ ଗଙ୍ଗା ପୁଷ୍କରିଣୀରୁ ରାଷ୍ଟ୍ରପତି ଶ୍ରୀମନ୍ଦିର ଅଭିମୁଖେ ଆସିଥିଲେ। ସକାଳ ୭ଟା ୪୦ ରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତ। ରାଷ୍ଟ୍ରପତି ପ୍ରଥମେ ଅରୁଣ ସ୍ତମ୍ଭ କୁ ପ୍ରଣାମ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ପରେ ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପ୍ରାୟ ୨୦ ମିନିଟ୍ ଗର୍ଭଗୃହ ରେ ଉପସ୍ଥିତ ଥିଲେ ମହାମହିମ ରାଷ୍ଟ୍ରପତି। ରାଷ୍ଟ୍ରପତି ନିଜେ ଦୀପ ଲଗାଇ ମହାପ୍ରଭୁଙ୍କୁ ଆରାଧନା କରିଥିଲେ। ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ନାଟମଣ୍ଡପ ଦେଇ ପ୍ରବେଶ ସମୟରେ ବେଦ ପାଠ କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ପରେ ରାଷ୍ଟ୍ରପତି ମୁକ୍ତିମଣ୍ଡପ କୁ ଯାଇ ବ୍ରାହ୍ମଣ ଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ପରେ ସେ ଦେବୀ ବିମଳା, ମା ଲକ୍ଷ୍ମୀ ଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ରାଷ୍ଟ୍ରପତିଙ୍କର ମଙ୍ଗଳ କାମନା କରାଯାଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ଙ୍କ ପକ୍ଷରୁ ଆଜି ନୀଳଚକ୍ରରେ ପତିତପାବନ ବାନା ଲାଗି କରାଯାଇଛି। ପରେ ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ସମୟରେ ବାଇଶି ପାହାଚରେ କିଛି ସମୟ ବସି ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ। ପରେ ରାଷ୍ଟ୍ରପତିଙ୍କୁ ସିଂହଦ୍ଵାର ଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉପହାର ସ୍ବରୂପ ମହାପ୍ରଭୁଙ୍କ ଶୁଖିଲି ଭୋଗ ଏବଂ ମହାପ୍ରଭୁଙ୍କ ସୁନାବେଶର ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା। 


 

  







💬 Leave a Comment

🗨️ Approved Comments

No comments yet.

🔗 Share this article: