ମହାଶିବରାତ୍ରି ଅହୋରାତ୍ର ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ - NILACHALA SAMACHAR
Article Image

ମହାଶିବରାତ୍ରି ଅହୋରାତ୍ର ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ

🗂 Local | 🕒 16 Feb 2026, 13:11 IST


ପୁରୀ ୧୬/୨ : ଆଜି ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀ ଲୋକନାଥ ମନ୍ଦିର ପ୍ରାଙ୍ଗଣ ଲୋକାରଣ୍ୟ ହୋଇ ଉଠିଥିଲା।ପ୍ରାତଃ କାଳରୁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଧାଡ଼ି ରେ ରହି ଶ୍ରୀ ଲୋକନାଥ ଙ୍କ ଦର୍ଶନ କରିଥିଲେ।ରାତ୍ରି ସାରା ଭକ୍ତ ମାନେ ମନ୍ଦିର ଚତୁର୍ପାଶ୍ୱ ରେ ଉଜାଗର ରହି ଦୀପ ଜାଳି ଥିଲେ।ମନ୍ଦିର ନିକଟସ୍ଥ ଜାଗରପଦା ଠାରେ ଶ୍ରୀ ଲୋକନାଥ ଦେବ ସାସ୍କୃତିକ ସଂସଦ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ମହାଶିବରାତ୍ରି ଅହୋରାତ୍ର ସାସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଉପଦେଷ୍ଟା ଜନାର୍ଦ୍ଦନ ପାଟ୍ଟଯୋଶୀ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମଧୁସୂଦନ ସିଂହାରୀ, ଶ୍ରୀଲୋକନାଥ ଦେବ ସାଂସ୍କୃତିକ ସଂସଦର ସଭାପତି ନବ କିଶୋର ପତିମହାପାତ୍ର, ଉପ ସଭାପତି ଜିତେନ୍ଦ୍ର ମହାପାତ୍ର,ରାଜେଶ କୁମାର ମିଶ୍ର, ସମ୍ପାଦକ ରବି ନାରାୟଣ ପଣ୍ଡା, ସାଂସ୍କୃତିକ ସମ୍ପାଦକ ନରେନ୍ଦ୍ର କୁମାର ମହାନ୍ତି,ସହ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ,କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ଦାସ, ସଦସ୍ୟ ଗଣେଶ ମହାସୁଆର, ନୀଳମଣି ଗୁରୁ, ଶ୍ୟାମ ସୁନ୍ଦର ମହାପାତ୍ର,ରମେଶ ଚନ୍ଦ୍ର ମହାନ୍ତି, ସନ୍ଧ୍ୟାରାଣୀ ରଥ ଓ ବଳରାମ ଖୂଣ୍ଟିଆ ପ୍ରମୁଖ ଯୋଗ ଦେଇ ଆମ ସଂସ୍କୃତି ରେ ଜାଗରର ମହତ୍ତ୍ଵ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସେମାନ ଙ୍କୁ ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଚିନ୍ତନ ପ୍ରଦାନ କରିବ ବୋଲି କହିଥିଲେ।ଲକ୍ଷ୍ମୀ ନାରାୟଣ ଦାସ ଓ ସନାତନ ଦାସ ମଞ୍ଚ ପରିଚାଳନା କରିଥିଲେ।ପରେ ବିବିଧ ଆଧ୍ୟାତ୍ମିକ ଭରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

💬 Leave a Comment

🗨️ Approved Comments

No comments yet.

🔗 Share this article: