🗂 Crime | 🕒 22 Feb 2026, 04:55 IST
ପୁରୀ ୨୦/୨ : ପୋଲିସ ସିଟି ସବ୍-ଡିଭିଜନ ପକ୍ଷରୁ ସଡକ ସୁରକ୍ଷା ଓ ଯାତାୟାତ ନିୟମ କଡାକଡି ଭାବେ ପାଳନ କରାଇବା ଉଦ୍ଦେଶ୍ୟରେ ବିଶେଷ ଅଭିଯାନ ଚାଲୁ କରାଯାଇଥିଲା। ସହରର ବିଭିନ୍ନ ମୁଖ୍ୟ ରାସ୍ତା ଗୁଡିକରେ ଏହି ଯାନ ଯାଞ୍ଚ ଅଭିଯାନ କରାଯାଇଥିଲା। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଥିଲା ଦୁଇଚକିଆ ଯାନରେ ତିନିଜଣ ବସି ଯାତ୍ରା (ଟ୍ରିପଲ ରାଇଡିଂ) କରୁଥିବା ଚାଳକମାନେ ଓ ଅତ୍ୟଧିକ ବେଗରେ ଚାଲୁଥିବା ସ୍ପିଡ୍ ବାଇକ ଚାଳକମାନଙ୍କ ବିରୋଧରେ କାନୁନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା। ଯାଞ୍ଚ ସମୟରେ ଅନେକ ଯାନଚାଳକଙ୍କୁ ରୋକି ଲାଇସେନ୍ସ, ହେଲମେଟ୍ ବ୍ୟବହାର, ଯାନ ଦଲିଲପତ୍ର ଓ ଗତି ସୀମା ପାଳନ ସମ୍ବନ୍ଧରେ ଯାଞ୍ଚ କରାଯାଇଥିଲା।
ମୋଟ ୫୨ଟି ଦୁଇଚକିଆ ଯାନ ବିରୋଧରେ ଟ୍ରିପଲ ରାଇଡିଂ, ଅତ୍ୟଧିକ ବେଗରେ ଚାଳନା ଓ ଅନ୍ୟାନ୍ୟ ଯାତାୟାତ ନିୟମ ଉଲ୍ଲଂଘନ ଅଭିଯୋଗରେ ଜରିମାନା କଟାଯାଇଥିଲା। କେତେକ ଚାଳକଙ୍କୁ ସଚେତନ କରାଯାଇ ଭବିଷ୍ୟତରେ ନିୟମ ମାନି ଯାନ ଚାଳନା କରିବାକୁ ପରାମର୍ଶ ଦିଆଯାଇଥିଲା।
ପୋଲିସ ପକ୍ଷରୁ କୁହାଯାଇଛି ଯେ, ଟ୍ରିପଲ ରାଇଡିଂ ଓ ସ୍ପିଡ୍ ଡ୍ରାଇଭିଂ ଦୁର୍ଘଟଣାର ପ୍ରମୁଖ କାରଣ। ଏହା ନିଜ ଓ ଅନ୍ୟମାନଙ୍କ ଜୀବନ ପାଇଁ ଗୁରୁତର ବିପଦ ସୃଷ୍ଟି କରେ। ସେହିପରି ସମସ୍ତ ଯାନଚାଳକଙ୍କୁ ଯାତାୟାତ ନିୟମ କଡାକଡି ଭାବେ ପାଳନ କରିବାକୁ ଓ ନିରାପଦ ଯାତ୍ରାକୁ ପ୍ରାଥମ୍ୟ ଦେବାକୁ ଅନୁରୋଧ କରାଯାଉଛି।
ଆଗାମୀ ଦିନରେ ମଧ୍ୟ ଏପରି ବିଶେଷ ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସାଧାରଣ ଲୋକଙ୍କ ସହଯୋଗ ଓ ସଚେତନତା ମାଧ୍ୟମରେ ସୁରକ୍ଷିତ ଯାତାୟାତ ଵେବସ୍ତା କରିବା।
No comments yet.