ବ୍ରାଉନ ସୁଗାର ଜବତ, ଜଣେ ଗିରଫ - NILACHALA SAMACHAR
Article Image

ବ୍ରାଉନ ସୁଗାର ଜବତ, ଜଣେ ଗିରଫ

🗂 Crime | 🕒 23 Feb 2026, 10:05 IST


ପୁରୀ, ୨୨/୨ : ଅପରେସନ ଚକ୍ର ଅଭିଯାନରେ ଜଣେ ପେଷାଦାର ବ୍ରାଉନ ସୁଗାର ବେପାରୀକୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ବାରବାଟୀ ଯାଗା ନିକଟ ନୂଆସାହିର ସୁଦାମ ଦାସ (୨୬) l ଅଭିଯୁକ୍ତ ନିକଟରୁ ୧୦.୪୦ ଗ୍ରାମ୍ ବ୍ରାଉନ ସୁଗାର ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି ପୁଲିସ l ଗତ ଶନିବାର ସନ୍ଧ୍ୟାରେ ଲୁଚି ଛପି ବାରବାଟୀ ଜାଗାରେ ବ୍ରାଉନ ସୁଗାର ବିକିବା ପାଇଁ ନିଶାଗ୍ରସ୍ତ ଯୁବକ ମାନଙ୍କୁ ଅପେକ୍ଷା କରିଥିବା ବେଳେ ଟାଉନ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିବା ସହିତ ତାଠାରୁ ୧୦.୪୦ ଗ୍ରାମ୍ ବ୍ରାଉନ ସୁଗାର ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରିଥିଲା l ୧୨୧/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ରବିବାର କୋର୍ଟ ଚାଲାଣ କରାଯାଇଥିଲା l ଅଭିଯୁକ୍ତର ଯାମିନି ନାମଞ୍ଜୁର ହେବାରୁ ଜିଲ୍ଲା କାରାଗାରକୁ ପଠାଯାଇଛି । ଅଭିଯୁକ୍ତ ନାମରେ ପୂର୍ବରୁ ଟାଉନ ଥାନାରେ ଆକ୍ରମଣ ଓ ହତ୍ୟା ଉଦ୍ୟମ ପରି ସଙ୍ଗିନ୍ ମାମଲା ରହିଥିବା ନେଇ ପୁଲିସ କହିଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: