🗂 Crime | 🕒 23 Feb 2026, 10:15 IST
ପୁରୀ, ୨୨/୨ : ସମୁଦ୍ରକୁଳ ଥାନା ଅନ୍ତର୍ଗତ ବେହେରାସାହିର ଜଣେ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ପରେ ବିବାହ ନକରିବା ଅଭିଯୋଗରେ ସମୁଦ୍ରକୁଳ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ଉକ୍ତ ବେହେରାସାହିର ତୋଫାନ ଓରଫ ହରେକୃଷ୍ଣ ବେହେରା ୨୪ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ବେହେରା ସାହିର ଉକ୍ତ ମହିଳା ଗତ ଶନିବାର ଥାନାରେ ଅଭିଯୋଗ କରିଥିଲେ ଯେ ସେ ଜଣେ ବିବାହିତ ମହିଳା l ତାଙ୍କର ଏକ ପୁଅ ଅଛି। ତାଙ୍କ ସ୍ୱାମୀ ଦିନ ମଜୁରୀ କରି ପରିବାରର ପ୍ରତିପାଳନ କରନ୍ତି। ତାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ଅଭିଯୁତ ତୋଫାନ ଓରଫ ହରେକୃଷ୍ଣ ବେହେରା ତାଙ୍କ ଘରକୁ ଆସି ତାଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ l ତାଙ୍କୁ ସେ ବିବାହ କରି ଭଲରେ ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ ତାଙ୍କ ସହିତ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ। ହରେକୃଷ୍ଣ ବେହେରାଙ୍କ ସହିତ ସମ୍ପର୍କ ଯୋଗୁଁ ମହିଳା ଜଣକ ୪ ମାସର ଗର୍ଭବତୀ ଥିଲେ। ହେଲେ ହରେକୃଷ୍ଣ ତାଙ୍କୁ ବିବାହ କରିବାକୁ ମନା କରିଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ l ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ ୬୦/୨୦୨୬ ନମ୍ବର ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.