ନିଷିଦ୍ଧ ପାନ ମସଲା, ଗୁଟକା ଜବତ, ଜଣେ ଗିରଫ - NILACHALA SAMACHAR
Article Image

ନିଷିଦ୍ଧ ପାନ ମସଲା, ଗୁଟକା ଜବତ, ଜଣେ ଗିରଫ

🗂 Crime | 🕒 27 Feb 2026, 21:27 IST


ପୁରୀ, ୨୭/୨ : ଚନ୍ଦନପୁର ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଦାମୋଦରପୁର ବଜାରରେ ଥିବା ଏକ ଦୋକାନରେ ଚଢ଼ାଉ କରି ନିଷିଦ୍ଧ ପାନ ମସଲା ଓ ଗୁଟକା ଜବତ କରିବା ସହ ଜଣକୁ ଗିରଫ କରିଥିଲେ l ଅଭିଯୁକ୍ତ ଜଣକ ଦୋଳଗୋବିନ୍ଦ ପୁରର ଅନିଲ ମହାପାତ୍ର ୨୭ l ଅଭିଯୁକ୍ତ ନିକଟରୁ ବିମଲ ପାନ ମସଲା ୫୦ ପ୍ୟାକେଟ, ଟବାକୋ ୧୮୦ ପ୍ୟାକେଟ, ଜର୍ଦା ପତି ୫୨୫ ପ୍ୟାକେଟ ଓ ଅନ୍ୟଏକ ଟବାକୋ ୧୫୦ ପ୍ୟାକେଟ ଜବତ କରାଯାଇଛି l ଏସବୁ ପାନ ମସଲା ଓ ଗୁଟୁକା ବ୍ୟାନ ବା ନିଷିଦ୍ଧ କରାଯାଇଥିବା ବେଳେ ଅଭିଯୁକ୍ତ ବିକ୍ରୟ ପାଇଁ ଦୋକାନରେ ରଖିଥିବା ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା l ଦୋକାନରେ ପୁଲିସ ଚଢ଼ାଉ କରିଥିଲା l ୪୫/୨୦୨୬ ନମ୍ବର ମାମଲା ରୁଜୁ କରି ଚନ୍ଦନପୁର ଥାନା ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: