ସଙ୍କଟ ତାରିଣୀ ମନ୍ଦିର ହୁଣ୍ଡିରୁ ଚୋରି ମାମଲା, ଅଭିଯୁକ୍ତ ଗିରଫ - NILACHALA SAMACHAR
Article Image

ସଙ୍କଟ ତାରିଣୀ ମନ୍ଦିର ହୁଣ୍ଡିରୁ ଚୋରି ମାମଲା, ଅଭିଯୁକ୍ତ ଗିରଫ

🗂 Crime | 🕒 27 Feb 2026, 21:31 IST


ପୁରୀ, ୨୭/୨ : ହରଚଣ୍ଡୀ ସାହି ସଙ୍କଟ ତାରିଣୀ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗରେ ଟାଉନ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ନିକଟରୁ କଏନ ସହ ନୋଟ ଟଙ୍କା ମିଶି ୧୨୧୬ ଟଙ୍କା ଓ ଭଙ୍ଗା ଷ୍ଟିଲ ତାଲା ଜବତ କରାଯାଇଛି l ଅଭିଯୁକ୍ତର ପରିଚୟ ବାରବାଟୀ ଯାଗା ପାରାନୋଳିଆ ସାହିର ପଦୁ ଓରଫ ଦୀପକ ଓରଫ ପ୍ରଦୀପ ଭୋଇ ୩୭ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ ୨୩/୨୪ ତାରିଖ ବିଳମ୍ବିତ ରାତ୍ରରେ ସଙ୍କଟ ତାରିଣୀ ମନ୍ଦିର ହୁଣ୍ଡିରୁ କେହି ଦୁର୍ବୁତ୍ତ ତାଲା ଭାଙ୍ଗି ଚୋରି କରିଥିଲା l ଏନେଇ ହରଚଣ୍ଡୀ ସାହିର ରାମକୃଷ୍ଣ ପତ୍ରି ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ଥାନାରେ ୧୩୦/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ପରେ ଅଭିଯୁକ୍ତକୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: