ଡକାୟତି ଯୋଜନା ଅଭିଯୋଗରେ ୨ ଗିରଫ - NILACHALA SAMACHAR
Article Image

ଡକାୟତି ଯୋଜନା ଅଭିଯୋଗରେ ୨ ଗିରଫ

🗂 Crime | 🕒 27 Feb 2026, 21:37 IST


ପୁରୀ, ୨୭/୨ : ଚୁଡଙ୍ଗ ସାହି ବଡଆଖେଡା ଯାଗା ନିକଟ ଶ୍ରୀସେତୁ ଠାରେ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଟାଉନ ଥାନା ପୁଲିସ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ଖୁଣ୍ଟିଆବଗିଚା ନିକଟର ବୁବୁନା ଓରଫ ବିବେକ ଭୋଇ ୨୪ ଓ ଜଗନ୍ନାଥବଲ୍ଲଭ ଠାରେ ରହୁଥିବା ଗଞ୍ଜାମ ପୋଲସରାର ମୁକେଶ ମିଶ୍ର ୨୭ l ଅଭିଯୁକ୍ତ ଦ୍ବୟଙ୍କ ଠାରୁ ୨ଟି ଆଇରନ କଟୁରୀ, ଗୋଟିଏ ମୋବାଇଲ, ୪୦୦ଟଙ୍କା, ଲଙ୍କା ଗୁଣ୍ଡ ଓ ୬ଟି ଖାଲି ବିୟର ବୋତଲ ଜବତ କରାଯାଇଛି l ପୁଲିସ ସୂତ୍ରରୁ ପ୍ରକାଶ ଯେ ଅପରେସନ ଚକ୍ର ନେଇ ଜୋରଦାର ଧରପଗଡ ଚାଲିଥିବା ବେଳେ ୬ଜଣ ଯୁବକ ଏକାଠି ହୋଇ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା l ପରେ ଘଟଣା ସ୍ଥଳରେ ଚଢ଼ାଉ କରି ୨ ଅଭିଯୁକ୍ତକୁ ଗିରଫ କରିଥିଲା l ଅଭିଯୁକ୍ତ ଦ୍ବୟଙ୍କ ବିରୁଦ୍ଧରେ ୧୩୩/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: