🗂 Crime | 🕒 27 Feb 2026, 21:49 IST
ପୁରୀ, ୨୭/୨ : କୁମ୍ଭାରପଡା ଥାନା ପୁଲିସ ଏକ ଡକାୟତି ଯୋଜନା ପଣ୍ଡ କରିବା ସହ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ମାନେ ହେଲେ ସିଦ୍ଧାମହାବୀର ଅଂଚଳର ବିରେନ ମହାପାତ୍ର ୨୩, ମାତିତୋଟା ଅଂଚଳର ପିଣ୍ଟୁ ଓରଫ ଭବାନୀ ଶଙ୍କର ଦାସ ୨୬, ଗଙ୍ଗରାମ ନୂଆସାହିର ଜଗା ଓରଫ ଜଗନ୍ନାଥ ଦାସ ୨୪, ହେରାଗୋହିର ସାହିର ରିଙ୍କୁନା ଓରଫ ରଞ୍ଜନ କୁମାର ନାୟକ ୩୧, ଉପରନୁଆସାହିର ଭୀମ ଓରଫ ଅୟମ ପରିଡା ୨୪ ଓ ମାତିତୋଟା ନୂଆସାହିର ସୋମୁ ଓରଫ ଶାନ୍ତନୁ ଶେଖର ଦାସ ୨୯ l ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଗୋଟିଏ ଆଇରନ ରଡ଼, ୨ଟି ଛୁରୀ ସହ ଖାଲି ବିୟର ବୋତଲ କିଛି ଗ୍ଲାସ ଜବତ କରାଯାଇଛି l ଗତ ବୁଧବାର ବିଳମ୍ବିତ ରାତ୍ରରେ କୁମ୍ଭାରପଡା ଥାନା ପୁଲିସ ଦ୍ୱାରା ରାତ୍ର ପାଟ୍ରୋଲିଂ ଚାଲିଥିଲା l ଏହି ସମୟରେ କେତେକ ଅସାମାଜିକ ଯୁବକ ଏକାଠି ହୋଇ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା l ପରେ ଘଟଣା ସ୍ଥଳରେ ଚଢ଼ାଉ କରି ୬ ଜଣ ଅଭିଯୁକ୍ତ କୁ ଗିରଫ କରିଥିଲା l ୧୧୦/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତକୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.