ଦାଦାବଟି ଆଦାୟ ଅଭିଯୋଗ, ଗିଲ୍ଟି କାଳୁ ଗିରଫ - NILACHALA SAMACHAR
Article Image

ଦାଦାବଟି ଆଦାୟ ଅଭିଯୋଗ, ଗିଲ୍ଟି କାଳୁ ଗିରଫ

🗂 Crime | 🕒 27 Feb 2026, 21:57 IST


ପୁରୀ, ୨୭/୨ : ବଡଶଙ୍ଖ ପରିବା ମାର୍କେଟରେ ଦାଦାବଟି ଆଦାୟ ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ କାଚେରା ମଠ ଲେନର ଗିଲ୍ଟି କାଳୁ ଓରଫ ସୁବାସ ମହାନ୍ତି ୩୫କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ନିକଟରୁ ଗୋଟିଏ ଛୁରୀ ସହ ୫୦୦ଟଙ୍କା ଜବତ କରିଛି ପୁଲିସ l ଶୁକ୍ରବାର ସକାଳେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ପରିବା ମାର୍କେଟରୁ ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା l ଘଟଣା ସ୍ଥଳରେ ପୁଲିସ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲେ l ଥାନା ଏଏସଆଇ ଜୟକୃଷ୍ଣ ମାଳିଙ୍କ ଅଭିଯୋଗ କ୍ରମେ ଏଏସଆଇ ସୁପ୍ରଭାତ ମଞ୍ଜରୀ ସାହୁ ୧୧୪/୨୦୨୬ ନମ୍ବର ମାମଲା ରୁଜୁ କରି ତଦନ୍ତ କରିଥିଲେ l ପରେ ଅଭିଯୁକ୍ତ ଗିଲ୍ଟି କାଳୁକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: