ଜାତୀୟ ମାନବାଧିକାର କମିଶନ ସ୍ବତନ୍ତ୍ର ମନିଟର ଙ୍କ ଜେଲ,ଶିକ୍ଷାନୁଷ୍ଠାନ ପରିଦର୍ଶନ । - NILACHALA SAMACHAR
Article Image

ଜାତୀୟ ମାନବାଧିକାର କମିଶନ ସ୍ବତନ୍ତ୍ର ମନିଟର ଙ୍କ ଜେଲ,ଶିକ୍ଷାନୁଷ୍ଠାନ ପରିଦର୍ଶନ ।

🗂 Local | 🕒 27 Feb 2026, 22:25 IST


ପୁରୀ ୨୭/୨ ଜାତୀୟ ମାନବାଧିକାର କମିଶନଙ୍କ ସ୍ପେଶାଲ ମନିଟର ବାଳକ୍ରୀଷ୍ଣ ଗୋଏଲ ତାଙ୍କ ଗସ୍ତର ଦ୍ୱିତୀୟ ଦିନ ରେ ଆଜି ବାଙ୍ଗର ଜେଲ ପରିଦର୍ଶନ କରିଥିଲେ।ଜେଲ ପରିସରରେ ଶ୍ରୀ ଗୋଏଲ ଙ୍କୁ ସ୍ବାଗତ କରାଯାଇଥିଲା।ଶ୍ରୀ ଗୋଏଲ ଜେଲ ପରିସର ଅନୁଧ୍ୟାନ ସହ ଅନ୍ତେବାସୀ ମାନଙ୍କ ସହ ଆଲୋଚନା ଓ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।ଜେଲ ଅଧିକ୍ଷକ ଓ ଅନ୍ୟ ଅଧିକାରୀ କର୍ମଚାରୀ ମାନଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ପଚାରି ଥିଲେ।ଅନ୍ତେବାସୀ ମାନଙ୍କ ଖାଦ୍ୟ ପେୟ,ଚିକିତ୍ସା ବ୍ୟବସ୍ଥା, ରହଣୀ ବ୍ୟବସ୍ଥା ଇତ୍ୟାଦି ନିରୀକ୍ଷଣ କରିଥିଲେ।ଏହା ପରେ ଶ୍ରୀ ଗୋଏଲ ଆଇଆଇସି ବା ଇଣ୍ଟିଗ୍ରେଟେଡ ଇନଫ୍ରାଷ୍ଟ୍ରକ୍ଚର କମ୍ପ୍ଲେକ୍ସ କୁ ପରିଦର୍ଶନ କରିଥିଲେ।ଆଇଆଇସି ରେ ମାନସିକ ଅନଗ୍ରସର, ଦୃଷ୍ଟି ବାଧିତ ଓ ବରିଷ୍ଠ ନାଗରିକ ମାନଙ୍କ ରହଣୀ,ଖାଦ୍ୟ ପାନୀୟ, ସ୍ବାସ୍ଥ୍ୟ ରକ୍ଷା ବ୍ୟବସ୍ଥା ପିପୁଲ୍ସ ଫୋରମ,ପିଙ୍ଗଳାକ୍ଷୀ ୱ୍ବେଲଫେୟାର ଅର୍ଗାନାଇଜେସନ ଓ ଓଡିଶା ପତିତା ଉଦ୍ଧାର ସମିତି ପକ୍ଷରୁ ପରିଚାଳିତ ହେଉଛି।ଏହାକୁ ପରିଦର୍ଶନ ସହ ଅନ୍ତେବାସୀ ଓ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ସହ ସେ ଆଲୋଚନା କରିଥିଲେ।ପରେ ପରେ ଶ୍ରୀ ଗୋଏଲ କୋଣାର୍କ ସ୍ଥିତ ଜବାହର ନବୋଦୟବିଦ୍ୟାଳୟ ପରିଦର୍ଶନ କରିଥିଲେ।ସେଠାରେ ପିଲା ମାନଙ୍କ ଶିକ୍ଷା ଦାନ,ମଧ୍ୟାହ୍ନ ଭୋଜନ, ପରିଷ୍କାର ପରିଛନ୍ନତା ଇତ୍ୟାଦି ନିରୀକ୍ଷଣ କରିବା ସହ ପିଲା ମାନଙ୍କ ସହ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭବମ ପ୍ରଧାନ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ବାରିକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: