ବୋମା ମାଡ଼ ମାମଲା, ପପୁ ବରାଳ ସହ ଅନ୍ୟଜଣେ ଗିରଫ - NILACHALA SAMACHAR
Article Image

ବୋମା ମାଡ଼ ମାମଲା, ପପୁ ବରାଳ ସହ ଅନ୍ୟଜଣେ ଗିରଫ

🗂 Crime | 🕒 27 Feb 2026, 23:01 IST


ପୁରୀ, ୨୭/୨ : ବଳିଆପଣ୍ଡା ଥାନା ଅଞ୍ଚଳରେ ଶିବୁନା ପଳେଇଙ୍କ ଉପରକୁ ବୋମାମାଡ଼ ଘଟଣାରେ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ପପୁ ଓରଫ ଧୀରେନ୍ଦ୍ର ନାଥ ବରାଳ ୪୯ ଓ ତାଙ୍କ ସହଯୋଗୀ ଶଙ୍କର ଓରଫ ଶଙ୍କର୍ଷଣ ସାହୁ ୩୯ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ପୂର୍ବରୁ ଏହି ଘଟଣାରେ ୪ ଜଣ ଗିରଫ ହୋଇଥିଲେ। ଗତ ୧୦ ତାରିଖ ରାତି ୧୦ ଟାରେ ବଳିଆପଣ୍ଡା ଥାନା ସ୍ବପ୍ନା ଇନ୍ ହୋଟେଲ ସମ୍ମୁଖରେ ଦୁଇ କଣ ଅଭିଯୁକ୍ତ ଏକ ସ୍କୁଟିରେ ଆସି ଶିବୁନା ପଲେଇଙ୍କୁ ଜୀବନରେ ମାରିଦେବା ଉଦ୍ଧେଶ୍ୟରେ ୩ ଟି ବୋମାମାଡ଼ କରିଥିଲେ। ଏନେଇ ଶିବୁନା ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ୩୫/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା ପୂର୍ବରୁ ସିଦ୍ଧାମହାବୀର ଅଟାକଳ ଲେନର ବିଶାଳ ଓରଫ ଓମ ଓରଫ ବିଷ୍ଣୁ ପାତ୍ର ୨୨, ବଳିଆପଣ୍ଡା ବିଜୟ ନଗରର ପିଣ୍ଟୁ ଓରଫ ସମୀର ସାମନ୍ତରାୟ ୩୩, ଟିମା ଓରଫ ସଞ୍ଜୟ ସରକାର ୨୪ ଓ ଡେଲାଙ୍ଗ ଥାନା ଗଡ଼କାଳୁପଡାର ପ୍ରିୟବ୍ରତ ଜେନା ୨୯ କୁ ଗିରଫ କରାଯାଇ ଜେଲ ହାଜତକୁ ପଠାଯାଇଥିବା ବେଳେ ଶୁକ୍ରବାର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ପପୁ ଓରଫ ଧୀରେନ୍ଦ୍ର ନାଥ ବରାଳ ୪୯ ଓ ତାଙ୍କ ସହଯୋଗୀ ଶଙ୍କର ଓରଫ ଶଙ୍କର୍ଷଣ ସାହୁ ୩୯କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: