ବ୍ରାଉନ ସୁଗାର ଜବତ, ବେପାରୀ ଗିରଫ - NILACHALA SAMACHAR
Article Image

ବ୍ରାଉନ ସୁଗାର ଜବତ, ବେପାରୀ ଗିରଫ

🗂 Crime | 🕒 28 Feb 2026, 16:04 IST


ପୁରୀ, ୨୮ /୨ : ବ୍ରାଉନ ସୁଗାର କାରବାର କରିବା ଅଭିଯୋଗରେ ସମୁଦ୍ରକୁଳ ଥାନା ପୁଲିସ ଜଣେ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି l ବେପାରୀ ଜଣକ ସିଟି ରୋଡ ବାଙ୍କିମୁହାଣ ନିକଟର ଗୋପାଳ ଓରଫ ମାନସ ରଞ୍ଜନ ବିଶ୍ୱାଳ ୨୫ l ଅଭିଯୁକ୍ତ ନିକଟରୁ ୧୦. ୧୦ଗ୍ରାମ ବ୍ରାଉନ ସୁଗାର, ଓଡି ୧୩ଏସ ୫୬୭୨ ନମ୍ବର ବିଶିଷ୍ଟ ଗୋଟିଏ କାର, ୧୫୦୦ ଟଙ୍କା ଓ ୨ଟି ମୋବାଇଲ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ ଶୁକ୍ରବାର ବିଳମ୍ବିତ ରାତ୍ରରେ ପୁଲିସ ପକ୍ଷରୁ ରାତ୍ର ପାଟ୍ରୋଲିଂ ଚାଲିଥିଲା l ଏହି ସମୟରେ ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଅର୍ବାନହାଟ ନିକଟରେ ବ୍ରାଉନ ସୁଗାର କାରବାର ଚାଲିଛି l ଉକ୍ତ ଖବର ଅନୁଯାୟୀ ପୁଲିସ ଘଟଣା ସ୍ଥଳରେ ଚଢ଼ାଉ କରି ବେପାରୀକୁ ଗିରଫ କରିବା ସହ ବ୍ରାଉନ ସୁଗାର ଜବତ କରିଥିଲା l ଅଭିଯୁକ୍ତ ବିରୁଦ୍ଧରେ ଏନଡିପିଏସ ଆକ୍ଟରେ ୬୮/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: