ଆକ୍ରମଣ କରିବା ପଡିଲା ମହଙ୍ଗା, ଜେଲ ଗଲା ଯୁବକ - NILACHALA SAMACHAR
Article Image

ଆକ୍ରମଣ କରିବା ପଡିଲା ମହଙ୍ଗା, ଜେଲ ଗଲା ଯୁବକ

🗂 Crime | 🕒 28 Feb 2026, 19:42 IST


ପୁରୀ, ୨୮/୨ : ଚନ୍ଦନପୁର ଥାନା ଅଧିନ ବାଲିପାଟଣା ଗ୍ରାମର ଜିକେ ଗ୍ରୁପର ମାଲିକ ଭୀମସେନ ରାଉତଙ୍କୁ ଆକ୍ରମଣ କରିବା ମହଙ୍ଗା ପଡ଼ିଛି। ଆକ୍ରମଣ ଘଟଣାରେ ଚନ୍ଦନପୁର ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଅଭିଯୁକ୍ତର ପରିଚୟ ଉତ୍ତରହଣା ପ୍ରଧାନ ସାହିର ଦୀପକ ବିଶ୍ୱାଳ l ସୂଚନା ଯୋଗ୍ୟ ଯେ ଚନ୍ଦନପୁର ଥାନା ଅନ୍ତର୍ଗତ ବାଲିପାଟଣାର ଜିକେ ଗ୍ରୁପର ମାଲିକ ଭୀମସେନ ରାଉତଙ୍କ କମ୍ପାନୀରେ ସୁପର ଭାଇଜର ଭାବେ ଲକ୍ଷ୍ମୀଧର ବିଶ୍ବାଳ କାର୍ଯ୍ୟ କରୁଥିଲେ। ଲକ୍ଷ୍ମୀଧର ବିଶ୍ୱାଳ ଭୀମସେନଙ୍କ ସରଳତାର ସୁଯୋଗ ନେଇ ପ୍ରାୟ ୩କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ କରିବା ସହ ଜିକେ ଗ୍ରୁପକୁ ହାତେଇବାକୁ ଉଦ୍ୟମ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଯାହାକୁ ଭିମସେନ ବିରୋଧ କରିବା ସହ କମ୍ପାନୀର ହିସାବ ମାଗିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଲକ୍ଷ୍ମୀଧରଙ୍କ ପତ୍ନୀ ସୁମିତ୍ରା ଭୀମସେନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ହେଲେ ଅଦାଲତର ରାୟ ଭୀମସେନଙ୍କ ସପକ୍ଷରେ ଆସିବା ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ ଲକ୍ଷ୍ମୀଧରଙ୍କ ପରିବାର ଲୋକେ। ପରିବାର ଲୋକ ଗତ ବର୍ଷ ଡିସେମ୍ବର ୨୪ତାରିଖ ସନ୍ଧ୍ୟାରେ ଭିମସେନଙ୍କ ଦୁଇଚକିଆ ବୁଲେଟ ଗାଡ଼ିକୁ ଲକ୍ଷ୍ମୀଧରଙ୍କ ସାନ ଭାଇ ଦିଲ୍ଲୀପ ବିଶ୍ୱାଳ ଚଳାଉଥିବା ବେଳେ ଭିମସେନ ପୁଲିସ ସହାୟତାରେ ଗାଡିକୁ ନିଜ ପାଖକୁ ଆଣିଥିଲେ। ପରେ ପୁଣି ଥରେ ପ୍ରତିଶୋଧ ପରାୟଣ ହୋଇ ଲଷ୍ମୀଧର ଭୀମସେନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଗତ ବର୍ଷ ଡିସେମ୍ବର ୨୫ ତାରିଖ ରାତିରେ ଭିମସେନ ଓ ତାଙ୍କ କର୍ମଚାରୀ ଲକ୍ଷ୍ମୀଧରଙ୍କ ଘର ଦେଇଯାଉଥିବା ସମୟର ଆକ୍ରମଣର ଶିକାର ହୋଇଥିଲେ। ପରେ ଖବର ପାଇ ଗୁରୁତର ଆହତ ଭିମସେନ ଏବଂ ତାଙ୍କ କର୍ମଚାରୀଙ୍କ ଚନ୍ଦନପୁର ପୁଲିସ ରକ୍ତାତ ଅବସ୍ଥାରେ ଉଦ୍ଧାର କରି ଜ଼ିଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚନ୍ଦନପୁର ପୁଲିସ ନିକଟରେ ଉଭୟଙ୍କ ପକ୍ଷରୁ ଉଭୟଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଚନ୍ଦନପୁର ପୁଲିସ ଭିମସେନ ଓ ତାଙ୍କ କର୍ମଚାରୀଙ୍କୁ ପୁଲିସ ଅଦାଲତ ଚାଲାଣ କରିଥିବା ବେଳେ ଶନିବାର ଲକ୍ଷ୍ମୀଧରଙ୍କ ସାନ ଭାଇ ଦୀପକ ବିଶ୍ୱାଳକୁ ଅଦାଲତ ଚାଲାଣ କରିବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ଯାଗାରେ ଚଢ଼ାଉ ଜାରି ରଖିଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛିl

💬 Leave a Comment

🗨️ Approved Comments

No comments yet.

🔗 Share this article: