🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଶ୍ରୀକୃଷ୍ଣ ଚେତନାରେ ସାମାଜିକ ନ୍ୟାୟ, ସଂହତି ଓ ଜାତୀୟ ଏକାତାବୋଧ ରହିଛି - NILACHALA SAMACHAR
Article Image

ଶ୍ରୀକୃଷ୍ଣ ଚେତନାରେ ସାମାଜିକ ନ୍ୟାୟ, ସଂହତି ଓ ଜାତୀୟ ଏକାତାବୋଧ ରହିଛି

🗂 Local | 🕒 28 Feb 2026, 19:46 IST


ପୁରୀ, ୨୮/୨ : ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ, ଓଡିଶା, ପୁରୀ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଆଲୋଚନା ଚକ୍ର ଶ୍ରୀକୃଷ୍ଣ ଚେତନା ଓ ଶ୍ରୀଜଗନ୍ନାଥ ଶୀର୍ଷକ ଉଦଘାଟନୀ ପର୍ବରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ଭରତବର୍ଷର ପ୍ରାକ୍ତନ ନ୍ୟାୟମୁର୍ତ୍ତି ଅନଙ୍ଗ କୁମାର ପଟ୍ଟନାୟକ l ଶ୍ରୀ ପଟ୍ଟନାୟକ କହିଲେ ଶ୍ରୀକୃଷ୍ଣ ଚେତନାରେ ସାମାଜିକ ନ୍ୟାୟ, ସଂହତି ଓ ଜାତୀୟ ଏକାତାବୋଧ ରହିଛି l ଭାରତବର୍ଷରେ ଦକ୍ଷିଣ, ଉତ୍ତର, ପଶ୍ଚିମ ଓ ପୂର୍ବ ପ୍ରଦେଶ ନିର୍ବିଶେଷରେ ସବୁଠାରେ ଭଗବାନ ଶ୍ରୀକୃଷ୍ଣ ଓ ଗୋବିନ୍ଦଙ୍କର ଉପାସନା ପରିଦୃଶ୍ୟ ହୁଏ l ବିଶେଷ କରି ବ୍ରଜଭୂମି ବୃନ୍ଦାବନ ବର୍ଷାନାରେ ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ଶାଶ୍ଵତୀୟ ରାସ ଚେତନାର ସ୍ୱରୂପ ବ୍ୟକ୍ତ କରିଥାଏ l କିନ୍ତୁ ଶ୍ରୀଜଗନ୍ନାଥ ଧାମ ପୁରୀରେ ଶ୍ରୀକୃଷ୍ଣ ସ୍ୱରୂପ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ମୋକ୍ଷପ୍ରାପ୍ତି ହୋଉଥାଏ l ତେଣୁ ଆତ୍ମା ପରତ୍ମାର ମିଳନ ସ୍ଥଳୀ ଶ୍ରୀଜଗନ୍ନାଥ ଧାମ ଗୁପ୍ତ ରାସକ୍ଷେତ୍ର ଅଟେ l ମୁଖ୍ୟବକ୍ତା ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଶତ୍ରୁଘ୍ନ ପାଣିଗ୍ରହୀ ଯୋଗଦେଇ କହିଲେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପୁରୀରେ ପରମ ସ୍ୱରୂପ ଶ୍ରୀଜଗନ୍ନାଥ ଜୀବତ୍ମା ସ୍ୱରୂପ ଶ୍ରୀବଳଭଦ୍ର ଓ ପ୍ରକୃତି ବା ମାୟା ସ୍ୱରୂପ ଦେବୀ ସୁଭଦ୍ରା ତ୍ରିଧା ରୂପରେ ବିରାଜିତ l ଫାଲଗୁନ ପୂର୍ଣ୍ଣମୀ ଅବସରରେ ଦୋଳବେଦୀରେ ଠାକୁରଙ୍କର ଚଳନ୍ତି ପ୍ରତିମା ଗୋବିନ୍ଦଙ୍କ ସହ ଭୁଦେବି ଶ୍ରୀଦେବୀଙ୍କର ସ୍ୱତନ୍ତ୍ର ନୀତି ହୋଇଥାଏ l ଅନ୍ୟତମ ଅତିଥିଭାବେ ମହାପ୍ରଭୁଙ୍କ ବରିଷ୍ଠ ସେବାୟତ ଭଗବାନ ସୁଆର, କେନ୍ଦ୍ର ଜିଏସଟି ଯୁଗ୍ମ କମିଶନର ପ୍ରଦୀପ କୁମାର ସୁବୁଦ୍ଧି ରାୟ, ପ୍ରାକ୍ତନ ବିଚାରପତି ମାନସ ମିଶ୍ର, ବରିଷ୍ଠ ଆଇନଜୀବୀ ପୁଷ୍କର ମହାପାତ୍ର, ଉପାଧ୍ୟକ୍ଷ ବିନୋଦ କୁମାର ପଣ୍ଡା, ଅଭ୍ୟର୍ଥନା ସମିତିର ଉପାଧ୍ୟକ୍ଷା ରୁଚିମିତ୍ରା ଜଗଦେବ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ l ଟ୍ରଷ୍ଟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାସ ଅଧ୍ୟକ୍ଷତା କରିଥିଲେ l. ପ୍ରାରମ୍ଭରେ ଐତିହାସିକ ମଦନ ମୋହନ ମହାପାତ୍ର ଆଲୋଚନା ଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରିଥିବା ବେଳେ ସୁଶ୍ରୀ କ୍ରିଷ୍ଣା ଦେବୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଉତ୍ସବ ଅବସରରେ ଟ୍ରଷ୍ଟର ଜାତୀୟ ବିଶେଷାଙ୍କ ଶ୍ରୀଗୁଣ୍ଡିଚା ଓ ଡକ୍ଟର ନୃସିଂହା ନନ୍ଦ ମହାପାତ୍ରଙ୍କ ରଚିତ ପୁସ୍ତକ ଭଙ୍ଗା ନୀଳର ପକ୍ଷୀ, ପଣ୍ଡିତ ରଜନୀକାନ୍ତ ତ୍ରିପାଠୀ ଙ୍କ ଦ୍ୱାରା ରଚିତ ପୁସ୍ତକ ଉପନୟନ ସଂହିତା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା l ଏହି ଅବସରରେ ଶିଶୁ ଓଡିଶୀ ନୃତ୍ୟଙ୍ଗନା ଦେବସ୍ମିତା ପ୍ରଧାନଙ୍କ ସମେତ ଓ ବିବିଧ ସାରସ୍ୱତ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା l ଉଦଘାଟନ ପର୍ବରେ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ l ଅପରାହ୍ନରେ ଅନୁଷ୍ଠିତ ଦ୍ୱତୀୟ ଅଧିବେଶନ ଜାତୀୟ ଆଲୋଚନା ପର୍ବରେ ପଣ୍ଡିତ ସଦାଶିବ ଓ ପ୍ରଫେସର ରବିଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ସମ୍ମାନିତ ବକ୍ତାଭାବେ ଯୋଗଦେଇଥିଲେ ଉତ୍ତରପ୍ରଦେଶର ବ୍ରହ୍ମଚାରୀ କୈଳାଶ ମହାରାଜ, ମହାରାଷ୍ଟ୍ରର ଅଧ୍ୟାପିକା ଅମ୍ବିକା ଯୋଶୀ, ଝାଡଖଣ୍ଡର ଶିକ୍ଷାବିତ ଜିତେନ୍ଦ୍ର ଜ୍ୟୋତିଶି, ଶିକ୍ଷାବିତ ବିଜୟଲକ୍ଷ୍ମୀ ଦାଶ, ଟ୍ରଷ୍ଟର ବରିଷ୍ଠ ସଦସ୍ୟା ପ୍ରତିଭା ତ୍ରିପାଠୀ, ଡକ୍ଟର ଶାନ୍ତିଲତା ମହାନ୍ତି, ପଣ୍ଡିତ ଦୟାନିଧି ତ୍ରିପାଠୀ, କନ୍ଧମାଳର ଡ଼କ୍ଟର ନୃସିଂହା ନନ୍ଦ ମହାପାତ୍ର, ପଣ୍ଡିତ ରଜନୀକାନ୍ତ ତ୍ରିପାଠୀ, ଲେଖିକା ଗୋଲାପ ନନ୍ଦ, ପ୍ରାଧ୍ୟାପିକ ମୃଦଳା ମହାନ୍ତି, ରଙ୍କନାଥ ସେଠୀ ପ୍ରମୁଖ ଅଂଶଗ୍ରହଣ କରି ଶ୍ରୀକୃଷ୍ଣ ଚେତନାର ମତ ପୋଷଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଭାଗବତ ପ୍ରସାଦ ପଟ୍ଟନାୟକ, ଜୁପିଟର ଦାସ,ଆଶାଲତା ପ୍ରଧାନ, ଚାରୁଲତା ମିଶ୍ର, ବନମାଳୀ ପୃଷ୍ଟି, ତପନ କୁମାର ସେଠୀ, ପୂର୍ଣଚନ୍ଦ୍ର ମିଶ୍ର, ସନ୍ଦୀପ କର୍ମକାର ପ୍ରମୁଖ l

💬 Leave a Comment

🗨️ Approved Comments

No comments yet.

🔗 Share this article: