🗂 Crime | 🕒 28 Feb 2026, 20:20 IST
ପୁରୀ, ୨୮/୨ : ୨୦୧୮ ମସିହାରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ଚନ୍ଦନପୁର ଥାନା ପୁଲିସ ଜଣେ ୱାରେଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ଏହି ଥାନା ଅନ୍ତର୍ଗତ ଗୌଡ଼କେରର ବାହୁଡା଼ ପ୍ରଧାନ l ବାହୁଡା଼ ପ୍ରଧାନ ଜଣେ ମହିଳାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ କରିଥିଲା l ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ l ଚନ୍ଦନପୁର ଥାନା ପୁଲିସ ୭୪/୨୦୧୮ ନମ୍ବର ମାମଲା ରୁଜୁ କରିଥିଲା l ଥାନା ଆଇଆଇସି ଦିବ୍ୟରଞ୍ଜନ ପଣ୍ଡା ମାମଲାର ତଦନ୍ତ କରିଥିଲେ l ପରେ ବାହୁଡା଼ ପ୍ରଧାନକୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.