🗂 Local | 🕒 01 Mar 2026, 20:11 IST
ପୁରୀ ୧/୩ : ଅଠରନଳା ମୁଖ୍ୟ ପ୍ରବେଶ ପଥରେ ଦେଖାଦେଇଛି ଏହିଭଳି ଘଟଣା l ଦୁଇଟି କାର ଅଠରନଳା ଦେଇ ପୁରୀ ଟାଉନ ଭିତରକୁ ପ୍ରବେଶ କରୁଥିବା ସମୟରେ ଆଉ ଏକ କାର ସାଇଟ୍ ମାରିବାରୁ ଉଭୟ ଗାଡି ଚାଳକଙ୍କ ଭିତରେ ବଚସା ହୋଇଥିଲା।ତାପରେ ଘଟଣା ଟି ଉଗ୍ରରୂପ ନେଇ ମାରପିଟ ହୋଇଥିଲା l ଖବର ପାଇ ଘଟଣା ସ୍ଥଳରେ କୁମ୍ଭାରପଡା ଥାନା ଓ ସଦରଥାନା ପୋଲିସ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିବା ସହିତ ଘଟଣା ସହ ଜଡିତ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି
No comments yet.