ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିରର ବନ୍ଧୁ ମିଳନ - NILACHALA SAMACHAR
Article Image

ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିରର ବନ୍ଧୁ ମିଳନ

🗂 Local | 🕒 01 Mar 2026, 22:01 IST



ପୁରୀ ୧/୩ : ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିରର ୨୦୧୪ ବ୍ୟାଚ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୨୦୧୪ ବ୍ୟାଚ୍‌ର ଛାତ୍ର ମାନେ ପ୍ରଥମେ ସ୍କୁଲକୁ ଯାଇଥିଲେ । ସେଠାରେ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏଥିସହ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ପରୀକ୍ଷାରେ କିପରି ଭଲ ପ୍ରଦର୍ଶନ କରିବେ ସେହି ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ସ୍କୁଲ ଦିନର ଅନୁଭୂତି ମଧ୍ୟ ନୂତନ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପରେ ବାବା ବେଲେଶ୍ୱରଙ୍କ ଦର୍ଶନ କରିଥିଲେ । ଦୀର୍ଘ ବର୍ଷ ପରେ ନିଜର ସାଙ୍ଗମାନଙ୍କୁ ବନ୍ଧୁମିଳନ ଅବସରରେ ଦେଖି ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ବେଶ୍ ଭାବବିହ୍ବଳିତ ହୋଇପଡ଼ିଥିଲେ। ଏହି ବନ୍ଧୁ ମିଳନରେ ଓପିଏସ ଅଧିକାରୀ ପାଙ୍କଜ ମାଝୀ, ସାମ୍ବାଦିକ ଵିଶାଲ ମହାନ୍ତି, ଯୁବ ସାମ୍ବାଦିକ ଦୀପକ କୁମାର ମହାରଣା, ସମାଜସେବୀ ସ୍ମୃତିଧର ସାହୁ, ପ୍ରଶାନ୍ତ କୁମାର ପ୍ରଧାନ, ପ୍ରିୟରଞ୍ଜନ ସିଠ, ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା।

💬 Leave a Comment

🗨️ Approved Comments

No comments yet.

🔗 Share this article: