🗂 Local | 🕒 01 Mar 2026, 22:40 IST
ପୁରୀ, ୧/୩ : ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଏକ ଟେଣ୍ଟ ବନ୍ଧାଯାଇ ଉତ୍ସବ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଥିଲା l ଏହି ଉତ୍ସବ ବିନା ଅନୁମତିରେ ହେଉଥିବା ନେଇ ଜଣାଯାଇଛି l ଏପରି ମନଇଚ୍ଛା ଉତ୍ସବ ହେଲେ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି l ପୋଲିସର ଅପାରଗତା ପଦାରେ ପକାଇଛି l ପଶ୍ଚିମ ଦ୍ୱାର ସମ୍ମୁଖରେ ସୁରକ୍ଷା ଭେଦ କରିକି ଉତ୍ସବ କାର୍ଯ୍ୟକ୍ରମ ହେଉଥିଲା ଯିଏ ବି ଭାବିବେ ସରକାରୀ କାର୍ଯ୍ୟକ୍ରମ ହେଉଛି । ଅତି ଚଞ୍ଚକତା ମଧ୍ୟ ରେ ଆୟୋଜନ ହେଇଚି ଏହି କାର୍ଯ୍ୟକ୍ରମ , ଶ୍ରୀମନ୍ଦିର ଚତୁର୍ପାଶ୍ୱ ରେ ସୁରକ୍ଷା କୁ କଡାକଡି କରିବା ପରିବର୍ତ୍ତେ କୁମ୍ଭକର୍ଣ୍ଣ ନିଦ୍ରା ରେ ସୁରକ୍ଷା ରେ ଥିବା ନିୟୋଜିତ କର୍ମଚାରୀ l ଏ ଭଳି କାର୍ଯ୍ୟକ୍ରମ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନେଇ ପ୍ରଶ୍ନ ଉଠିଛି l ଏହି କାର୍ଯ୍ୟକ୍ରମ ଯାହା ପୁଣି ଦିବାଲୋକ ସମୟରେ , ତାହା ତଦନ୍ତ ଆବଶ୍ୟକ ବୋଲି ପୁରୀ ସହରରେ ଚର୍ଚ୍ଚା ହେଉଛି । ଏଭଳି ଘଟଣା ନେଇ ସିଂହଦ୍ଵାର ଥାନା ଅଧିକାରିଣୀ ସ୍ବେତପଦ୍ମା ଦାସଙ୍କ ଅବଗତ ପରେ ପୋଲିସ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ତଦନ୍ତ କରି ଦେଖିବାକୁ ପାଇଥିଲେ ବେଆଇନ l ପରେ ପୁଲିସ ଉପସ୍ଥିତ ରେ ଟେଣ୍ଟ ଖୋଲାଯାଇ ଘଟଣା ନେଇ ପଚରା ଉଚରା କରାଯାଇଥିବା ନେଇ ଜଣାଯାଇଛି l ଏହି ଭଳି ବେଆଇନ କାର୍ଯ୍ୟକ୍ରମ ଆଗକୁ କିପରି ରୋକା ଯାଇପାରିବା ସହ ସୁରକ୍ଷା କଡାକଡି କରାଯିବ ତାହା ଦେଖିବାକୁ ବାକି ରହିଲା ।
No comments yet.