🗂 Crime | 🕒 01 Mar 2026, 23:22 IST
ପୁରୀ, ୧/୩ : କୁମ୍ଭାରପଡା ଥାନା ପୁଲିସ ଏକ ଡକାୟତି ଯୋଜନା ପଣ୍ଡ କରିବା ସହ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ମାନେ ହେଲେ ଖାକିମଠନୁଆସାହିର ପାରାଗୁଡୁ ଓରଫ ଲୋକନାଥ ଦାସ ୨୯, ଖଣ୍ଡିଆବନ୍ଧର ଗୁନ ଓରଫ ସୌମ୍ୟ ରଞ୍ଜନ ପ୍ରଧାନ ୨୮, ଫ୍ରେଣ୍ଡ୍ସକ୍ଲବ ଲେନର ଡେଙ୍ଗାମୁନା ଓରଫ ରମେଶ ପରିଡା ୩୫, ପତିତପାବନ ଲେନର ସଙ୍କୁ ଓରଫ ଶିବଶଙ୍କର ବେହେରା ୨୨ ଓ କୁମ୍ଭାରପଡା ମସଜିଦ ଲେନର କାଉ ଓରଫ ଅମିତାଭ ପ୍ରଧାନ ୨୩ l ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଗୋଟିଏ ଭୁଜାଲି, ଗୋଟିଏ ଛୁରୀ, ୩ଟି ମୋବାଇଲ, ଖାଲି ବିୟର ବୋତଲ, ସିଗାରେଟ ସହ ଦିଆସିଲି ଜବତ କରାଯାଇଛି l ଗତ ଶନିବାର ଦିନରେ କୁମ୍ଭାରପଡା ଥାନା ପୁଲିସ ଦ୍ୱାରା ପାଟ୍ରୋଲିଂ ଚାଲିଥିଲା l ଏହି ସମୟରେ ୫ରୁ ୬ ଜଣ ଅସାମାଜିକ ଯୁବକ ଏକାଠି ହୋଇ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା l ପରେ ଘଟଣା ସ୍ଥଳରେ ଚଢ଼ାଉ କରି ୫ ଜଣ ଅଭିଯୁକ୍ତ କୁ ଗିରଫ କରିଥିଲା l ୧୧୭/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.