🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
କ୍ଷତିପୂରଣ ନଦେଲେ ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର ମହାସୁଆର ନିଯୋଗ - NILACHALA SAMACHAR
Article Image

କ୍ଷତିପୂରଣ ନଦେଲେ ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର ମହାସୁଆର ନିଯୋଗ

🗂 Art & Culture | 🕒 03 Mar 2026, 16:51 IST

ପୁରୀ ୩/୩ : ଭିତରକାଠ ଦର୍ଶନ ବିବାଦକୁ ନେଇ ଗତ ୨୮ ତାରିଖରେ ବିଳମ୍ବ ହୋଇଥିଲା ନୀତି । ଡେରିରେ ବାହାରିଥିଲା ମହାପ୍ରସାଦ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଦେଲା ସୁଆରମହାସୁଆର ନିଯୋଗ । ଦୃଢ କାର୍ଯ୍ୟାନୁଷ୍ଠାନ ସହ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ୭ଦିନ ମହଲତ ଦେଇଛି ସୁଆରମହାସୁଆର ନିଯୋଗ । ସାତଦିନ ଭିତରେ କ୍ଷତିପୂରଣ ରାଶି ନଦେଲେ ସିଂହଦ୍ଵାର ସମ୍ମୁଖରେ ଆନ୍ଦୋଳନ କରିବା ସହ ମହାପ୍ରସାଦ ରନ୍ଧା ବନ୍ଦ କରାଯିବ ବୋଲି ନିଯୋଗ ପକ୍ଷରୁ ଚେତାବନୀ ଦିଆଯାଇଛି ।


ଗତ ଫେବୃଆରୀ ୨୮ରେ ଖୁଣ୍ଟିଆ ମେକାପ ସେବକମାନେ ଭିଆଇପିମାନଙ୍କ ଭିତରକାଠ ଦର୍ଶନକୁ ବିରୋଧ କରି ମହାପ୍ରଭୁଙ୍କ ମଇଲମ ନକରିବାରୁ ଭକ୍ତମାନେ ପ୍ରାୟ ସଂଧ୍ୟା ୬ଟା୧୫ ପର୍ଯ୍ୟନ୍ତ ମହାପ୍ରସାଦ ପାଇବାରୁ ବଞ୍ଚିତ ଥିଲେ । ।

💬 Leave a Comment

🗨️ Approved Comments

No comments yet.

🔗 Share this article: