🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ହୋଲି ଅବସରରେ ପୁଲିସର କାର୍ଯ୍ୟାନୁଷ୍ଠାନ, ମଦ୍ୟପ ଗାଡି ଚାଳକଙ୍କୁ ଥାନାରେ ଅଟକ ସହ ଜୋରିମାନା - NILACHALA SAMACHAR
Article Image

ହୋଲି ଅବସରରେ ପୁଲିସର କାର୍ଯ୍ୟାନୁଷ୍ଠାନ, ମଦ୍ୟପ ଗାଡି ଚାଳକଙ୍କୁ ଥାନାରେ ଅଟକ ସହ ଜୋରିମାନା

🗂 Local | 🕒 05 Mar 2026, 00:03 IST


ପୁରୀ, ୪/୩ : ହୋଲି ଅବସରରେ ବିଭିନ୍ନ ଥାନା ପକ୍ଷରୁ ସହରରର କଡା ପଦକ୍ଷେପ ଗ୍ରହଣ କରାଯାଇଥିଲା l ବିଶେଷ କରି ମଦ୍ୟପ ଗାଡି ଚାଳକଙ୍କ ଉପରେ ନଜର ରଖାଯାଇଥିଲା l ବିଭିନ୍ନ ଥାନା ପକ୍ଷରୁ ନିଜ ନିଜ ଅଂଚଳରେ ନାକା କରି ଯାଞ୍ଚ କରାଯାଇଥିଲା l ମଦ୍ୟପାନ କରି ବାଇକ ଓ ଅନ୍ୟଗାଡି ଚଳାଉଥିବା ଥିବା ଚାଳକଙ୍କୁ ଥାନାରେ ଅଟକ ରଖାଯାଇଥିଲା l ସମୁଦ୍ରକୁଳ ଥାନାରେ ପ୍ରାୟ ୫୦ବାଇକ ଚାଳକଙ୍କୁ ଅଟକ ରଖାଯିବା ସହ ଚାଲାଣ କଟାଯାଇଛି l ଏଥିସହ ଦୁଇଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି l ସେହିପରି ସହରର ବିଭିନ୍ନ ଥାନାରେ ମଧ୍ୟ ମଦ୍ୟପ ଚାଳକଙ୍କ ବିରୁଦ୍ଧରେ ଚାଲାଣ କଟାଯାଇଥିବା ଜଣାଯାଇଛି l ମଦ ପିଇ ଗାଡି ଚଳାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ପୂର୍ବରୁ ଏସପି ସୂଚନା ଦେଇଥିଲେ l

💬 Leave a Comment

🗨️ Approved Comments

No comments yet.

🔗 Share this article: