🗂 Politics | 🕒 13 May 2025, 00:44 IST
ପୁରୀରେ ଆଜି ଆମ ଆଦମୀ ପାର୍ଟି ପୁରୀ କାର୍ଯ୍ୟାଳୟ ରେ ଏକ ପ୍ରେସ କନ୍ଫରେନ୍ସ କରି ଜଣାଇଲେ ଯେ ବିଧାୟକ ଓ ସାଂସଦ 1 ବର୍ଷ ହେବାକୁ ଯାଉଛି, ସେମାନେ କଣ କାମ କରିଛନ୍ତି. ସମସ୍ତଙ୍କ ଅବଗତି ନିମନ୍ତେ ଜଣାଉଛୁ ଯେ ବିଧାୟକ ଙ୍କ ପାଣ୍ଠି ପାଇଁ ସରକାର ପ୍ରତେକ ବର୍ଷ 3 କୋଟି ଦେଇଥାନ୍ତି ଓ ସାଂସଦ ଙ୍କୁ 5 କୋଟି, ଯାହା କି ସେମାନେ public welfare ପାଇଁ ଖର୍ଚ୍ଚ କରିବେ. ବିଜେଡି ସମୟରେ ସାଂସଦ ଙ୍କ କାମ ସମୀକ୍ଷା ପରେ ଜଣାପଡିଲା ଯେ ସେ ଅଧା କାମ ବି ଠିକ ସେ କରିନାହାନ୍ତି, 216 ପ୍ରୋଜେକଟ ରୁ ମାତ୍ର 113 ଟି ସମ୍ପୂର୍ଣ ହେଇଥିବା ବେଳେ ବାକି ହେଇନାହିଁ, ପୁରୀ ପୂର୍ବତନ ବିଧାୟକ ଙ୍କ ସ୍ଥିତି ଆହୁରି ଖରାପ, ମାତ୍ର 3 ବର୍ଷ ର 9 କୋଟି ରୁ 74 ଲକ୍ଷ ଟଙ୍କା ମାତ୍ର ଖର୍ଚ୍ଚ କରିପାରିଲେ.ତେବେ ସରକାର ଏମାନଙ୍କୁ ଏତେ ଟଙ୍କା ଦେଉଛନ୍ତି କାହିଁକି,ଏସବୁ କୁ ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ପ୍ରାୟ ଖର୍ଚ୍ଚ ନ ହେବା ଭଳି ସ୍ଥିତିରେ. ତେଣୁ ଏମାନେ କାମ ଠିକ ସେ କରିନାହାନ୍ତି ବୋଲି ରିପୋର୍ଟ ରୁ ଜଣାପଡୁଛି. ସେହି କ୍ରମ ରେ ଦେଖିବାକୁ ଗଲେ ବର୍ତମାନ ର ବିଧାୟକ ସୁନୀଲ ମହାନ୍ତି 11 ମାସ ହେବା ବିଧାୟକ କାଳ ରେ ମାତ୍ର 13 ଲକ୍ଷଟଙ୍କା ଖର୍ଚ୍ଚ କରିଛନ୍ତି ସେ ପୁଣି କେବଳ ମଣ୍ଡପ କାମ ରେ... ପୁରୀ ରେ ବହୁତ ସମସ୍ୟା ଥିବା ସତ୍ବେ ବିଧାୟକ କାହିଁକି ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି. ସାଂସଦ ଙ୍କ କଥା ଆହୁରି ବିଚିତ୍ର. ଆଶ୍ଚର୍ଯ୍ୟ ର ବିଷୟ ବିଜେପି ର ସମ୍ବିତ ପାତ୍ର ଏତେ ବଡ଼ ନେତା ହେଇ ଆଜି ଯାଏ 1 ଟଙ୍କା ମଧ୍ୟ ଖର୍ଚ୍ଚ କରିନାହାନ୍ତି, କିନ୍ତୁ ସୋସିଆଲ ମିଡ଼ିଆ ରେ ସବୁବେଳେ ପ୍ରଚାର କରନ୍ତି ଯେ ସେ ବହୁତ କାମ କରିଛନ୍ତି,କିନ୍ତୁ ବାସ୍ତବତା ଠାରୁ ବହୁତ ଦୂରରେ. ଯଦି ସେ କାମ କରିନାହାନ୍ତି ତେବେ ତାଙ୍କ ଅଯୋଗ୍ୟତା ସକାଶେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଜିଲ୍ଲା କୃଷକ ସଭାପତି ଦେବ ପ୍ରଧାନ, ସାଂସଦ ଙ୍କ ପ୍ରଚାର ଅଧିକ, ମିଛ କଥା କହି ଭୁଆଁ ବୁଲେଇବା ହଉଚି ସାଂସଦ ଙ୍କ ଆଦତ ବୋଲି କହିଛନ୍ତି ମହିଳା ନେତ୍ରୀ ଜୟନ୍ତୀ ହ
ଜେନା, ଜନପ୍ରତିନିଧି ମାନେ ଯଦି କାମ ନ କରି ବାହସ୍ପଟମାରିବା କେତେ ଦୂର ଠିକ ବୋଲି ପ୍ରଶ୍ନ କରିଛନ୍ତି ଆପ ନେତା ରମାକାନ୍ତ ଜେନା, ଏହି ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜୁ ଜନତାଦଳ ମୁଖ୍ୟ ନବୀନ ପଟନାୟକ ମଧ୍ୟ ଏହି ବିଷୟରେ ନିଜ ଜାଣିବା ଦରକାର ଓ ସେମାନଙ୍କୁ ତଳବ କରି ପଚାରିବା ଦରକାର ଯେ ନିଜ fund କାହିଁକି ଖର୍ଚ୍ଚ କରାଯାଉନି. ଯଦି ସାଂସଦ ଅଯୋଗ୍ୟ ତାଙ୍କୁ ତୁରନ୍ତ ଇସ୍ତଫା ଦେବା ପାଇଁ କୁହନ୍ତୁ ପ୍ରଧାନମନ୍ତ୍ରୀ. ସଂସଦ ପାରିଲାମେଣ୍ଟ କମିଟି ରେ ଏହି ବିଷୟ ଆଲୋଚନା ହେବା ଦରକାର... ଯେ ସାଂସଦ ମାନେ କାହିଁକି ଖର୍ଚ୍ଚ କରୁନାହାନ୍ତି, ଯେ ନ କରୁଛି ଭାରତ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବା କଥା.ପୁରୀ ସାଂସଦ ଓ ବିଧାୟକ ଏ ବିଷୟରେ ନିଜର ସ୍ପଷ୍ଟୀକରଣ ରଖନ୍ତୁ, କାହିଁକି ଖର୍ଚ୍ଚ କରୁନାହାନ୍ତି, ଯୋଉ କାମ ଗୁଡିକ ପୂର୍ବ ସମୟରେ ଅଧା ହେଇଛି ତାହା କିପରି ପୂର୍ଣ୍ଣାଙ୍ଗ ହେବ ଏ ପ୍ରଶ୍ନ ପଚାରିଛନ୍ତି ଆପ ସଭାପତି ସଂଜୀବ କୁମାର ମହାନ୍ତି. ତେଣୁ ଯଦି ବିଧାୟକ ଓ ସାଂସଦ କିଛି ନ କହି ଚୁପ ହେଇ ବସିଲେ ଆପ ନେତା ସେମାନଙ୍କୁ ସବୁ ଯାଗାରେ ବିରୋଧ କରିବେ ବୋଲି ସଂଜୀବ ମହାନ୍ତି ଚେତାବନୀ ଦେଇଛନ୍ତି.
No comments yet.