🗂 Local | 🕒 06 Mar 2026, 17:31 IST
ପୁରୀ ୬/୩: ଗତ ରବିବାର ଅପରାହ୍ନ ୪ଘଟିକା ୩୦ ମିନିଟ ସମୟରେ ସାମ୍ବାଦିକ ଶଙ୍କର ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାଇ ବେଆଇନ ଟେଣ୍ଟ ନିର୍ମାଣ କୁ ନେଇ ଖବର ପ୍ରସାରଣ କରିଥିଲେ ଯାହା ପଶ୍ଚିମ ଦ୍ୱାର ସମ୍ମୁଖରେ ହେଉଥିଲା । ସାମ୍ବାଦିକ ଜଣକ ତତ୍କାଳୀନ ପୁରୀ ଏସ୍ପି ଙ୍କ ସହ ଯୋଗାଯୋଗ କରିବାରେ ଏସ୍ପି ସିଂହଦ୍ୱାର ଥାନା ର ପୋଲିସ କର୍ମଚାରୀ ପଠାଇବା ସହ ବେଆଇନ ଟେଣ୍ଟ କୁ ଖୋଲିଥିଲେ ଆଉ କାର୍ଯ୍ୟକ୍ରମ ନ କରିବା ପାଇଁ ବାରଣ କରିଥିଲେ ।
ତାହା ସହିତ ପୋଲିସ ର କାର୍ଯ୍ୟାନୁଷ୍ଠାନ ଓ ସାମ୍ବାଦିକ ଶଙ୍କର ସରକାରଙ୍କ ଖବର କୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ବାସିନ୍ଦା ପ୍ରଶଂସା କରିଥିଲେ ।
ଖବର ପ୍ରସାରଣ ୪୮ ଘଣ୍ଟା ପରେ ଉକ୍ତ ବେଆଇନ ଟେଣ୍ଟ କୁ ସହଯୋଗ କରିଥିବା ସେବାୟତ ଓ ତାଙ୍କ ସହଯୋଗୀ ଙ୍କ ଆସିଥିଲା ଧମକପୂର୍ଣ ଫୋନ କଲ। ଯାହାର ଫୋନ କଲ ରେକର୍ଡ ଭଲ ସେ ଶୁଣନ୍ତୁ କି ପରି ଅଶ୍ଳୀଳ ଭାଷା ସହ ଧମକପୂର୍ଣ କଥା କହିଲେ ଦୁହେଁ ବ୍ୟକ୍ତି ସେବାୟତ ଓ ତାଙ୍କ ସହଯୋଗୀ ।
ସବୁଠାରୁ ବଡ଼ କଥା ହେଲା ବେଆଇନ ଟେଣ୍ଟ ର ଖବର ପ୍ରସାରଣ ନ କରିବା ପାଇଁ ମୋଟା ଅଙ୍କ ପାଇଁ ସାମ୍ବାଦିକ ଙ୍କୁ ଆସିଥିଲା ଅଫର ଯାହାକି ଆପଣ ଏହି ଟେଲିଫୋନ ବାର୍ତା ରୁ ଜାଣିପାରୁଥିବେ କି ପ୍ରକାର ସେବାୟତ କହିଛନ୍ତି ତୁମର ଯାହା ଦରକାର ଥିଲା କହିଲଣି । ଏହି ଶବ୍ଦ ହି ଯତେସ୍ଥ ପ୍ରମାଣ କରୁଛି କି କେଉଁ ଭଳି ଭାବେ ଆଉ କେଉଁ କେଉଁ ପ୍ରଭାବଶାଳୀ ବ୍ୟକ୍ତି ମାନେ ଏହାର ପଛପଟେ ଅଛନ୍ତି ତାହା ଆକଳନ କରିପାରୁଥିବେ ।
ଏତେ ମାତ୍ରାଧିକ ଅଶ୍ଳୀଳ ଭାଷା କହିଲେ ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ସହଯୋଗି ଯାହା ଅତିଷ୍ଠ ହୋଇ ସାମ୍ବାଦିକ ଶଙ୍କର ସରକାର ଫୋନ କଲ କାଟିଦେଇଥିଲେ ।
ସିଂହଦ୍ଵାର ଥାନା ରେ ଏ ନେଇ FIR ରୁଜୁ କରାଯିବା ସହ ଏହି ବେଆଇନ ଟେଣ୍ଟ ମାମଲା କେଉଁଆଡେ ମୋଡ଼ ନେଉଛି ଏବଂ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରିଥିବା ଦୁଇ ଜଣ ଅଭିଯୁକ୍ତକୁ କେବେ ବାନ୍ଧିବ ପୁରୀ ପୋଲିସ ତାହା ଦେଖିବାକୁ ବାକି ରହିଲା ।
No comments yet.