🗂 Local | 🕒 07 Mar 2026, 11:01 IST
ପୁରୀ ୭/୩ : ଜିଲ୍ଲାରେ ନିଖୋଜ ବ୍ୟକ୍ତିମାନଙ୍କୁ ସନ୍ଧାନ କରି ତାଙ୍କୁ ସୁରକ୍ଷିତ ଭାବରେ ପରିବାର ସହିତ ମିଶାଇବା ପାଇଁ ପୁରୀ ପୋଲିସ ସଦା ସଚେତନ ଓ ପ୍ରତିବଦ୍ଧ ରହିଛି। ୨୦୨୬ ମସିହାରେ ପୁରୀ ଜିଲ୍ଲାର ବିଭିନ୍ନ ପୋଲିସ ଥାନା ଦ୍ୱାରା ଚାଲିଥିବା ତଦନ୍ତ ଓ ସନ୍ଧାନ ଅଭିଯାନର ଫଳସ୍ୱରୂପ ମୋଟ ୭୫ ଜଣ ନିଖୋଜ ନାବାଳିକା/ ପ୍ରାପ୍ତବୟସ୍କଙ୍କୁ ଉଦ୍ଧାର କରାଯାଇଛି। ଏହି ଉଦ୍ଧାର ଅଭିଯାନରେ ପୋଲିସ ଦଳର ସତର୍କ ତଦନ୍ତ, ପ୍ରଯୁକ୍ତିର ବ୍ୟବହାର ଏବଂ ବିଭିନ୍ନ ରାଜ୍ୟର ପୋଲିସ ସହ ଯୋଗାଯୋଗ ଫଳରେ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜି ପାଇଯାଇଥିଲା।
ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅପ୍ରାପ୍ତ, ବୟସ୍କ, ଛାତ୍ରଛାତ୍ରୀ ଓ ପ୍ରାପ୍ତବୟସ୍କ ପୁରୁଷ-ମହିଳା ମଧ୍ୟ ରହିଛନ୍ତି। ଏହି ବର୍ଷ ଉଦ୍ଧାର ହୋଇଥିବା ନାବାଳିକା ଛାତ୍ରଛାତ୍ରୀ / କନ୍ୟା ୨୯ ଜଣ ପ୍ରାପ୍ତବୟସ୍କ ପୁରୁଷ / ମହିଳା ୪୬ ଜଣ ଏହା ସହ ମୋଟ ଉଦ୍ଧାର ୭୫ ଜଣ। ପୁରୀ ପୋଲିସର ବିଭିନ୍ନ ଥାନାର ଅଧିକାରୀମାନେ ଓ କର୍ମଚାରୀମାନେ ନିଖୋଜ ବ୍ୟକ୍ତିମାନଙ୍କ ଖୋଜଖବର ପାଇଁ ନିରନ୍ତର ତଦନ୍ତ କରିଥିଲେ। ଅନେକ କେସ୍ରେ ଅନ୍ୟ ଜିଲ୍ଲା ଓ ଅନ୍ୟ ରାଜ୍ୟର ପୋଲିସ ସହ ସମନ୍ୱୟ ସ୍ଥାପନ କରାଯାଇ ଏହି ଅଭିଯାନକୁ ସଫଳ କରାଯାଇଛି। ପୋଲିସର ସମୟୋପଯୋଗୀ ପଦକ୍ଷେପ ଓ ନିଷ୍ଠାପୂର୍ଣ୍ଣ ପ୍ରୟାସ ଫଳରେ ନିଖୋଜ ବ୍ୟକ୍ତିମାନେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇ ପୁନର୍ବାର ତାଙ୍କ ପରିବାରଙ୍କ ନିକଟକୁ ପହଞ୍ଚି ପାରିଛନ୍ତି।
No comments yet.