🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପୁରୀକୁ ଆସିବନି କୌଣସି ଟ୍ରେନ୍‌ ୨ ମାସ ଧରି - NILACHALA SAMACHAR
Article Image

ପୁରୀକୁ ଆସିବନି କୌଣସି ଟ୍ରେନ୍‌ ୨ ମାସ ଧରି

🗂 Local | 🕒 08 Mar 2026, 01:42 IST

ପୁରୀ ୮/୩ : ୬୫ ଦିନ ଯାଏ ଯିବନି ଟ୍ରେନ୍ । ପୁରୀ ରେଳ ଷ୍ଟେସନର ଚାଲିଛି ନବୀକରଣ । ଷ୍ଟେସନ ପରିସରରେ ଥିବା ରେଳଧାରଣାକୁ କଂକ୍ରିଟ୍‌ଯୁକ୍ତ କରାଯିବାକୁ ଯୋଜନା ହୋଇଛି । ଅର୍ଥାତ୍‌ ଟ୍ରାକ୍‌ରେ ଆଉ ଗୋଡ଼ି ରହିବ ନାହିଁ । ଏହା ସହିତ ୭ ନମ୍ବର ଓ ୮ ନମ୍ବର ପ୍ଲାଟ୍‌ଫର୍ମର ଉନ୍ନତୀକରଣ ହେବ । ସେଥିପାଇଁ ଆସନ୍ତା ୧୧ ତାରିଖରୁ ମେ ମାସ ୧୬ ତାରିଖ ଯାଏଁ ରେଳ ସେବା ପ୍ରଭାବିତ ହେବ । ଏହି ୬୫ ଦିନ ପର୍ଯ୍ୟନ୍ତ କୌଣସି ଟ୍ରେନ୍‌ ପୁରୀ ଆସିବ ନାହିଁ ।


ଟ୍ରେନ୍‌ ଗୁଡ଼ିକ ସାକ୍ଷୀଗୋପାଳ, ମାଳତିପାଟପୁର ଓ ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ ଆସିବ ଏବଂ ଛାଡ଼ିବ । ସେ ପର୍ଯ୍ୟନ୍ତ ଯିବାଆସିବା ପାଇଁ ବସ୍‌ ବ୍ୟବସ୍ଥା ହେବ । ଟ୍ରେନ୍ ଛାଡ଼ିବା ଓ ପହଞ୍ଚିବା ସମୟ ସହ ଷ୍ଟେସନ ବାବଦରେ ଯାତ୍ରୀମାନେ ରେଳବାଇ ଅନୁସନ୍ଧାନରୁ ସୂଚନା ସଂଗ୍ରହ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି । ସାକ୍ଷୀଗୋପାଳ ପର୍ଯ୍ୟନ୍ତ ୭ଟି ଟ୍ରେନ୍‌ ଆସିବ ଏବଂ ଛାଡ଼ିବ । ସେଗୁଡ଼ିକ ହେଉଛନ୍ତି ଲୋକମାନ୍ୟ ତିଲକ ଏକ୍ସପ୍ରେସ୍, ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍, କାମାକ୍ଷା-ପୁରୀ ଏକ୍ସପ୍ରେସ୍, ତିରୁପତି-ପୁରୀ ଏକ୍ସପ୍ରେସ୍, ଦୂରନ୍ତ ଏକ୍ସପ୍ରେସ୍, ଭାଲସାଡ୍-ପୁରୀ ଓ ସମ୍ବଲପୁର ଇଣ୍ଟରସିଟି । ଯେଉଁ ସବୁ ଦିନମାନଙ୍କରେ ଏହି ଟ୍ରେନ୍ ପୁରୀ ଆସୁଥିଲା ସେହି ଦିନରେ ଏ ସବୁ ସାକ୍ଷୀଗୋପାଳରୁ ଛାଡ଼ିବ ।

💬 Leave a Comment

🗨️ Approved Comments

No comments yet.

🔗 Share this article: