🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପର୍ଯ୍ୟଟକଙ୍କୁ ଆକ୍ରମଣ, ୨ ଗିରଫ - NILACHALA SAMACHAR
Article Image

ପର୍ଯ୍ୟଟକଙ୍କୁ ଆକ୍ରମଣ, ୨ ଗିରଫ

🗂 Crime | 🕒 09 Mar 2026, 00:37 IST


ପୁରୀ, ୮/3 : ପର୍ଯ୍ୟଟକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସମୁଦ୍ରକୁଳ ଥାନା ପୁଲିସ ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ଗୌଡ଼ବାଡ ସାହି ମଦନ ଭିଲ୍ଲା ନିକଟର ନାରାୟଣ ବାରିକ ୨୨ ଓ ଶାସନଦାମୋଦର ପୁର ପିଳିପିଳାର ରିଙ୍କୁ ସାହୁ ୨୩ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଆକ୍ରମଣ ଘଟଣା ନେଇ ପଶ୍ଚିମବଙ୍ଗର ପର୍ଯ୍ୟଟକ ପିୟାଲୀ କୁଣ୍ଡୁ ଗତ ୭ତାରିଖ ରାତ୍ରରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ସେ ତାଙ୍କ ସ୍ୱାମୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ l ସମୁଦ୍ରକୂଳରେ ଥିବା ବେଳେ ତାଙ୍କର ଶ୍ୱଶୁର ରିଙ୍କୁ ସାହୁ ଠାରୁ ପଇଡ଼ କିଣିଥିଲେ l ରିଙ୍କୁ ସାହୁ ଗୋଟିଏ ପଇଡ଼କୁ ୧୦୦ ଟଙ୍କା କହିଥିଲା l ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା l. ପରେ ପରିବାରର ସମସ୍ତ ସଦସ୍ୟ ପହଂଚିଥିଲେ l ରିଙ୍କୁ ଏକ ପାଇପରେ ପିୟାଲିଙ୍କ ସ୍ୱାମୀ ସୁରଜିତ କୁଣ୍ଡୁଙ୍କୁ ଆକ୍ରମଣ କରିଥିଲା l ଏଥିରେ ତାଙ୍କର ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା ବୋଲି ପିୟାଲୀ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ୭୭/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ରିଙ୍କୁ ଓ ତାଙ୍କ ସହଯୋଗୀ ନାରାୟଣକୁ ଗିରଫ କରାଯାଇ ରବିବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: