🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶିବୁ ରେଡ୍ଡୀ ଗିରଫ - NILACHALA SAMACHAR
Article Image

କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶିବୁ ରେଡ୍ଡୀ ଗିରଫ

🗂 Crime | 🕒 09 Mar 2026, 13:05 IST


ପୁରୀ, ୯/୩ : କୁଖ୍ୟାତ ବ୍ରାଉନ ସୁଗାର ବେପାରୀକୁ ଟାଉନ ଥାନା ପୁଲିସ ଗିରଫ କରିଛି l ତା ନିକଟରୁ ୧୧. ୨୮ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୁଲିସ l ଅଭିଯୁକ୍ତର ପରିଚୟ ଷ୍ଟେସନରୋଡ ଧୋବା ସାହିର ଶିବୁ ଓରଫ ଏନ ଜୟଦେବ ରେଡ୍ଡୀ ୩୧ l ଶିବୁ ରେଡ୍ଡୀ ନାମରେ ପୂର୍ବରୁ ବ୍ରାଉନ ସୁଗାର ମାମଲା ରହିଥିଲା l ଶିବୁ ରେଡ୍ଡୀ ଫେରାର ଥିଲା l ଟାଉନ ଥାନା ପୁଲିସ ୫୭୭/୨୦୨୫ ନମ୍ବର ରୁଜୁ କରି ଶିବୁକୁ ଖୋଜୁଥିବା ବେଳେ ଶିବୁକୁ ରବିବାର ପୁଲିସ ଗିରଫ କରିଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: