🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ନିମାପଡା ଥାନା ସମ୍ମୁଖରେ ଉତ୍ତେଜନା; ନ୍ୟାୟ ଦାବିରେ ମୃତଦେହକୁ ରଖି ଧାରଣାରେ ବସିଲେ ଗ୍ରାମବାସୀ - NILACHALA SAMACHAR
Article Image

ନିମାପଡା ଥାନା ସମ୍ମୁଖରେ ଉତ୍ତେଜନା; ନ୍ୟାୟ ଦାବିରେ ମୃତଦେହକୁ ରଖି ଧାରଣାରେ ବସିଲେ ଗ୍ରାମବାସୀ

🗂 Local | 🕒 10 Mar 2026, 23:56 IST

ପୁରୀ ୧୧/୩ :ପୁରୀ ଜିଲ୍ଲା ନିମାପଡା ଥାନା ସମ୍ମୁଖରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ମଙ୍ଗଳବାର ସକାଳୁ ସକାଳୁ ଜଣେ ଯୁବକଙ୍କ

ମୃତଦେହକୁ ଥାନା ଆଗରେ ରଖି ନ୍ୟାୟ ଦାବିରେ ବସିଛନ୍ତି ଶତାଧିକ ଗ୍ରାମବାସୀ। ପୋଲିସର ନିର୍ଯ୍ୟାତନା ସହି ନ ପାରି ଯୁବକଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ଉତ୍ତ୍ୟକ୍ତ ଲୋକେ । ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ସହ ନିର୍ଯ୍ୟାତନା ଦେଇଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅ଼ଡି ବସିଛନ୍ତି ।


ଗ୍ରାମବାସୀଙ୍କ କହିବା ଅନୁସାରେ, ନିମାପଡା ଡ଼ିହବାରୀ ଅଞ୍ଚଳର ଯୁବକ ସୁବ୍ରତ ଭୋଇ(18 ବର୍ଷ)ଙ୍କୁ ନାବାଳିକା ଅପହରଣ ମାମଲାରେ ଗତକାଲି ପୋଲିସ ଥାନାକୁ ଉଠାଇ ଆଣିଥିଲା । ଆଜି ସକାଳୁ ଗାଁ ପଡିଆର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା। ପୋଲିସର ନିର୍ଯ୍ୟାତନା ସହି ନ ପାରି ଯୁବକ ଜଣକ ଏପରି ଚରମ ପଦକ୍ଷେପ ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତାକଲି ଯାଏ ହସଖୁସିରେ ଥିବା ପୁଅ କାହିଁକି ଜୀବନ ହାରିବା ପରି ନିଷ୍ପତ୍ତି ନେବ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ତେଣୁ ତାଙ୍କୁ ନିର୍ଯ୍ୟାତନା ଦେଇଥିବା ପୋଲିସ ଏସ ଆଇଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।


ମୃତ ସୁବ୍ରତଙ୍କ ସମ୍ପର୍କୀୟ ଦାଦା କୁହନ୍ତି, 'ମୋ ପୁତୁରା କାଲି ତାର ଝିଅ ସାଙ୍ଗ ସହିତ କୁଆଡେ ବୁଲିବାକୁ ଯାଇଥିଲେ । ପୋଲିସ ଘରକୁ ଆସି ଆମକୁ ଧମକଚମକ ଦେଇ ଯାଇଥିଲେ । ପରେ ଝିଅର ବାପା-ମା ଆସି ତାଙ୍କ ଝିଅକୁ ନେଇ ଯାଇଥିଲେ । ହେଲେ ଥାନା SI ରାତି ଦୁଇଟା ପର୍ଯ୍ୟନ୍ତ ଆମ ପୁଅକୁ ରଖି ନିର୍ଯାତନା ଦେଇଥିଲେ । ପୁଅକୁ ଆମ ସହିତ ଛାଡ଼ି ନ ଥିଲେ । ଆମେ ନେଇକି ଛାଡ଼ିବୁ ବୋଲି କହିଥିଲେ । ହେଲେ ସକାଳୁ ସକାଳୁ ପୁଅକୁ ଝୁଲନ୍ତ ଅବସ୍ଥାରେ ପାଇଥିଲୁ । ଆମକୁ ନ୍ୟାୟ ଦରକାର

ଅନ୍ୟପଟେ ଗ୍ରାମବାସୀଙ୍କର ଅଭିଯୋଗକୁ ଖଣ୍ଡନ କରିଛି ନିମାପଡା ପୋଲିସ । ପୋଲିସ କହିଛି, 'ଯୁବକଜଣଙ୍କୁ ଆମେ ଥାନାକୁ ଆଣିନୁ । ପରିବାର ଲୋକେ ମିଛ ଅଭିଯୋଗ କରିଛନ୍ତି' ବୋଲି କହିଛନ୍ତି ନିମାପଡା sdpo ଜନାର୍ଦ୍ଦନ ପାଢ଼ୀ । ଏସଡିପିଓଙ୍କ କହିବା ଅନୁଯାୟୀ, ଜଣେ 15 ବର୍ଷର ନାବାଳିକାଙ୍କୁ ଅପହରଣ କରିଥିବା ନେଇ ମୃତ ସୁବ୍ରତଙ୍କ ନାଁରେ ଅଭିଯୋଗ ଆସଥିଲା ।ନାବାଳିକାଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଥିଲା । ପୋଲିସ ସୁବ୍ରତଙ୍କ ଘରକୁ ଯାଇ ନାବାଳିକ ଝିଅକୁ ତୁରନ୍ତ ଫେରାଇ ଦେବାକୁ ଦାବି କରିଥିଲା । ବିଳମ୍ବିତ ରାତିରେ ସୁବ୍ରତଙ୍କ ପରିିବାର ଲୋକେ ନାବାଳିକାଙ୍କୁ ଫେରାଇ ଦେଇଥିଲେ । ସଂପୃକ୍ତ ନାବାଳିକା ଏବେ ସ୍ୱାଧାର ଗୃହରେ ଅଛନ୍ତି । ପୋଲିସ ସୁବ୍ରତଙ୍କୁ ଦେଖିନାହିଁ ବା ଥାାନାକୁ ଆଣିନାହିଁ । ପରଦିନ ସକାଳୁ ସୁବ୍ରତଙ୍କୁ ଝୁଲନ୍ତ ଅବସ୍ଥାରେ ପରିବାର ଲୋକେ ପାଇଥିଲେ । ହେଲେ ସୁବ୍ରତଙ୍କ ମୃତ୍ୟୁ ପଛରେ ପୋଲିସର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ଏସଡିପିଓ ।

ପୋଲିସ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରୁଛି । ଘଟଣାର ତଦନ୍ତ କରଯିବ । ଯଦି ଏହି ଘଟଣାରେ କୌଣସି ପୋଲିସ ଅଧିକାରୀଙ୍କ ହକାତ ଥିବା ତାଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଡିପିଓ ।



💬 Leave a Comment

🗨️ Approved Comments

No comments yet.

🔗 Share this article: