🗂 Crime | 🕒 12 Mar 2026, 00:32 IST
ପୁରୀ ୧୧/୩ : ପୋଲିସକୁ ବଡ଼ ସଫଳତା ମିଳିଛି । ଦୁଇ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ। ଏହି ଲୁଟେରାଙ୍କୁ ତାଳବଣିଆ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଦୁଇଜଣ ଅଭିଯୁକ୍ତ ହେଉଛନ୍ତି ବିହାର ଅଞ୍ଚଳର ମୋନୁ ସିଂ ଏବଂ ଦୀପକ କୁମାର ସିଂ। ତେବେ ଗତ ୧୦ତାରିଖ ଦିନ ପୁରୀ ମାଟିଆ ପଡା ଛକରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଏହି ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଖବର ପାଇ ତାଳବଣିଆ ଥାନା ପୋଲିସ ସ୍ପଟ୍ ଉପରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ପ୍ରାୟ ଏକ ଘଣ୍ଟା ସମୟ ମଧ୍ୟରେ ଅଭିଯୁକ୍ତ ମାନେ କେଟିଏମ୍ ବାଇକ୍ ରେ ଯିବା ସମୟରେ ପିପିଲି ନିକଟରେ ପୋଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ମାନେ ଯେଉଁ ବାଇକ୍ ଦ୍ବାରା ଲୁଟ୍ ଏବଂ ଛିନତାଇ କରୁଥିଲେ ତାହା ମଧ୍ୟ ଚୋରା ବାଇକ୍ ହୋଇପାରେ ବୋଲି ସନ୍ଦେହ କରୁଛି ପୋଲିସ। ତେବେ ପୋଲିସ ଅଭିଯୁକ୍ତଙ୍କ ଠାରୁ ଗୋଟିଏ କେଟିଏମ୍ ବାଇକ୍, ଦୁଇଟି ସୁନା ଚେନ୍, ଗୋଟିଏ ଏୟାର ବ୍ୟାଗ, ଦୁଇଟି ନମ୍ବର ପ୍ଲେଟ ଏବଂ ଦୁଇଟି ବାଇକ୍ ଚାବି ଜବତ କରିଛି। ଅଭିଯୁକ୍ତଙ୍କୁ ପୋଲିସ ବୁଧବାର କୋର୍ଟ ଚାଲାଣ କରିଥିଲେ l ସମସ୍ତ ଘଟଣା ସମ୍ପର୍କରେ ଏସପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ l
No comments yet.