🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଏକ ଲକ୍ଷ ଟଙ୍କାରୁ ଉଦ୍ଧ ମୂଲ୍ୟର ବ୍ରାଉନ ସୁଗାର ଜବତ, ୩ ଗିରଫ - NILACHALA SAMACHAR
Article Image

ଏକ ଲକ୍ଷ ଟଙ୍କାରୁ ଉଦ୍ଧ ମୂଲ୍ୟର ବ୍ରାଉନ ସୁଗାର ଜବତ, ୩ ଗିରଫ

🗂 Crime | 🕒 12 Mar 2026, 01:08 IST


ପୁରୀ, ୧୧/୩ : ଅପରେସନ ଚକ୍ର ମାଧ୍ୟମରେ ନିଶା କାରବାର କାରୀଙ୍କ ବିରୁଦ୍ଧରେ ଜାରି ରିରହିଥିବା ଅଭିଯାନରେ କୁମ୍ଭାରପଡା ଥାନା ପୁଲିସ ଦ୍ବାରା ଏକ ସଫଳତା ମିଳିଛି l କୁମ୍ଭାରପଡା ଥାନା ପୁଲିସ ଦ୍ବାରା ପ୍ରାୟ ୭ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସଙ୍ଗେ ସଙ୍ଗେ ତିନିଜଣ ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ପୁଲିସ ସୂତ୍ରରୁ ପ୍ରକାଶ ଯେ ୧୧ତାରିଖ ବୁଧବାର ସକାଳେ ପୁଲିସ ପ୍ରାଟ୍ରୋଲିଂ ସମୟରେ ବିଶେଷ ସୂତ୍ରରୁ ନିଶା କାରବାର ନେଇ ସୂଚନା ପାଇଥିଲା l କୁମ୍ଭାରପଡା ଥାନା ସବ-ଇନ୍ସପେକ୍ଟର ବିକାଶ କୁମାର ପ୍ରଧାନଙ୍କ ନେତୃତରେ ଏକ ପୁଲିସ ଟିମ ବାନାମ୍ବର ଛକ ନିକଟରେ ନିକଟରେ ଚଢାଉ କରି ସେଠାରେ ସନ୍ଦେହ ଜନକ ଭାବରେ ମୋଟର ସାଇକେଲ ଆସୁଥିବା ତିନିଜଣଙ୍କୁ ଅଟକ ରଖିଥିଲା l ଯାହାଙ୍କର ପରିଚୟ ତାଳବଣିଆ ମଧୁସୂଦନ ନଗରର ରୋନିତ ରାଜ ରାଉତ(୨୫), ଲାବଣ୍ୟ ନଗରର ବସନ୍ତ ମହାନ୍ତି(୩୮) ଓ କୁମ୍ଭାରପଡା ଥାନା ଅନ୍ତର୍ଗତ ବାଘଆଖଡ଼ା ଲେନର ଜିତେନ୍ଦ୍ର ବେହେରା(୨୮) l ଅଭିଯୁକ୍ତ ମାନଙ୍କୁ ଗିରଫକରାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କର ତଲାସି ନେବାରେ ୦୭ ଗ୍ରାମ ଓଜନର ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୧,୦୦,୦୦୦/-ଟଙ୍କା ହେବ, ଜବତ କରାଯିବା ସହ ନଗଦ ଅର୍ଥ ୬୩୦୦ ଟଙ୍କା ଓ ଏକ ମୋଟର ସାଇକେଲ ଯାହାର ନମ୍ବର OD-13-M-8491ଜବତ କରାଯାଇଥିଲା l ଅଭିଯୁକ୍ତଙ୍କ ବିରୁଦ୍ଧରେ NDPS ଆକ୍ଟ ଆଇନ ଅନୁସାରେ ଏକ ମାମଲା ରୁଜୁ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଛି ।

💬 Leave a Comment

🗨️ Approved Comments

No comments yet.

🔗 Share this article: