🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ - NILACHALA SAMACHAR
Article Image

ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ

🗂 Art & Culture | 🕒 18 Mar 2026, 02:16 IST

ପୁରୀ ୧୮/୩: ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ । ଆଜି ଚୁନେରା ସେବକ ଶ୍ରୀମନ୍ଦିର ପତିତପାବନ ବାନା ପରିଵର୍ତ୍ତନ କରିବା ବେଳେ ଏକ ଚିଲ କିଛି ସମୟ ଧରି ଉଡିବା ପରେ ଅକ୍ଷୟଦଣ୍ଡରେ ବସିଥିବା ଦେଖିବାକୁ ମିଳିଥିଲା । କେତେକ ସେବାୟତ ଏହାକୁ ଅଶୁଭ ସଙ୍କେତ ବୋଲି କହିଛନ୍ତି । ଅନ୍ୟପଟେ ଏହା ଏକ ସାଧାରଣ କଥା ବୋଲି ଆଉ କିଛି ବ୍ୟକ୍ତବିଶେଷଙ୍କ ମତ ।

ତେବେ ପୂର୍ବରୁ ବାରମ୍ବାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିବା,ବସିବା,ମାନସିକ ବାନା ଛିଡିବା ଏବଂ ଶହଶହ ସଂଖ୍ୟାରେ ଚିଲ ଶ୍ରୀମନ୍ଦିର ଚାରିପଟେ ବୁଲିବା ନଜିର୍ ରହିଛି । ଏପରି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ଅନେକ ଥର ଚିଲ ବସିଥିବା ଦେଖିବାକୁ ମିଳିଛି l କିଛିଦିନ ତଳେ ମଧ୍ୟ ଶ୍ରୀମନ୍ଦିର ପତିତପାବନ ବାନା ଉପରେ ଏମିତି ଚିଲ ବସିଥିବା ଦେଖିବାକୁ ମିଳିଥିଲା  l ଚିଲ ବସିବାକୁ ନେଇ ଶୁଭ କି ଅଶୁଭ ସଂକେତ ହେବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।


💬 Leave a Comment

🗨️ Approved Comments

No comments yet.

🔗 Share this article: