🗂 Crime | 🕒 22 Mar 2026, 16:32 IST
ପୁରୀ, ୨୨/୩ : ଟାଉନ୍ ଥାନା ଅଧୀନ ବୁଢିମା’ତୋଗରେ ନିଶାଗ୍ରସ୍ତ ଯୁବକଙ୍କୁ କୋରେକ୍ସ ବିକ୍ରି କରୁଥିବାବେଳେ ପୁଲିସ ଚଢ଼ଉ କରି ଦୁଇ ବେପାରୀକୁ ଗିରଫ କରିଛି। ସେମାନେ ହେଲେ ଉକ୍ତ ଥାନା ଅଧୀନ ମାର୍କଣ୍ଡେଶ୍ଵର ସାହି ଯମୁନା ଲେନ୍ର ରାଜେଶ ସିଂ ଓରଫ ନଣ୍ଡା (୪୬) ଓ ପ୍ରିୟାନ୍ସ ନାୟକ ଓରଫ ନାରୀ (୨୪)। ଏମାନଙ୍କଠାରୁ ପୁଲିସ ୧୩୨ ବୋତଲ କୋରେକ୍ସ, ୨ଟି ମୋବାଇଲ, ୩୬୦୦ ଟଙ୍କା ଓ ସ୍କୁଟର ( ଓଡି-୧୩ ୱାଇ-୩୧୬୮) ଜବତ କରିଛି। ପୁଲିସ ସୂଚନାନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ନଣ୍ଡା ଓ ନାରୀ ବୁଢିମାତୋଟାରେ କଫ ସିରପ୍ ବିକ୍ରି କରୁଥିବା ସୂଚନା ମିଳିଥିଲା। ପୁଲିସ ଟିମ୍ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା। ନଣ୍ଡା ନାମରେ ପୂର୍ବରୁ ଆକ୍ରମଣ ଓ ହତ୍ୟା ଉଦ୍ୟମ ପରି ସଙ୍ଗୀନ ମାମଲା ରହିଛି
No comments yet.