🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
୪ପେସାଦାର ବ୍ରାଉନ ସୁଗାର ବେପାରୀ ଗିରଫ - NILACHALA SAMACHAR
Article Image

୪ପେସାଦାର ବ୍ରାଉନ ସୁଗାର ବେପାରୀ ଗିରଫ

🗂 Crime | 🕒 22 Mar 2026, 22:44 IST


ପୁରୀ, ୨୨/୩ : ଅପରେସନ ଚକ୍ର ଅଭିଯାନରେ ପୁଣି ୪ ଜଣ ପେଷାଦାର ବ୍ରାଉନ ସୁଗାର ବେପାରୀକୁ ଟାଉନ ଥାନା ପୋଲିସ ଗିରଫ କରିଛି। ଗତକାଲି ସନ୍ଧ୍ୟାରେ ଲୁଚି ଛପି କୁସୁନୁ ଖୁଣ୍ଟିଆ ଜାଗାପାଖରେ ଜଣେ ଆନ୍ତଃଜିଲ୍ଲା ବ୍ରାଉନ ସୁଗାର ବେପାରୀ ବ୍ରାଉନ ସୁଗାର ବିକିବା ପାଇଁ ତିନି ଜଣ ସ୍ଥାନୀୟ ବେପାରୀଙ୍କ ସହ ମୁଲଚାଲ କରୁଥିବା ବେଳେ ଟାଉନ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚଢାଉ କରି ସମସ୍ତ ୪ ଜଣ କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧୫.୫୦ ଗ୍ରାମ୍ ବ୍ରାଉନ ସୁଗାର , ୪ ଗୋଟି ମୋବାଇଲ ଫୋନ୍, ୩୮୦୦/- ଟଙ୍କା, OD-02DM-5770 ନମ୍ବର ବିଶିଷ୍ଟ ଗୋଟିଏ କେ.ଟି.ଏମ. ବାଇକ୍ ଏବଂ : OD 13Y 3728 ନମ୍ବର ବିଶିଷ୍ଟ ଗୋଟିଏ ସ୍କୁଟି ଜବତ କରିଛି । ଅଭିଯୁକ୍ତ ମାନେ ହେଲେ ମାତିମଣ୍ଡପ ସାହିର ଲିପୁ @ ଜ୍ୟୋତି ରଞ୍ଜନ ଶତପଥୀ (୩୧), ମାର୍କଣ୍ଡେଶ୍ୱର ସାହି ମିଶ୍ର ସାହିର ଗୁଡୁ @ ରାକେଶ ସାହୁ (୨୫), ମସାଣିଚଣ୍ଡୀ ଛକ ନିକଟର ବିଭୁ@ ବିଶ୍ଵଜିତ ନାୟକ (୨୩) ଓ ଗଞ୍ଜାମ ଚମାଖଣ୍ଡିର ହିମାଂଶୁ ଶେଖର ନାୟକ (୨୦) l ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଯାମିନି ନାମାଞ୍ଜୁର ହେବିରୁ , ସେମାନଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ଆସାମୀ ମାନଙ୍କ ନାମରେ ପୂର୍ବରୁ ମଧ୍ୟ ବ୍ରାଉନ ସୁଗାର କେସ ସମେତ ଦାଦାବଟି,  ଚୋରି, ଆକ୍ରମଣ ଓ ହତ୍ୟା ଉଦ୍ୟମ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି।


💬 Leave a Comment

🗨️ Approved Comments

No comments yet.

🔗 Share this article: