🗂 Local | 🕒 23 Mar 2026, 10:19 IST
ପୁରୀ ୨3/୩ : ବସଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ।ଯାତ୍ରୀବାହୀ ବସରେ ଲାଗିଲା ନିଆଁ ଗାଡି ନମ୍ବର OR 02 AK 4221। ଖବର ପାଇ ତୁରନ୍ତ ପୁରୀ ଅଗ୍ନିଶମ ଓ ଶ୍ରୀଜଗନ୍ନାଥ ଅଗ୍ନିଶମ କେନ୍ଦ୍ରର ୪ ଟି ଗାଡ଼ି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କଲେ।ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।ଗତକାଲି ରାତିରେ ପୁରୀ ବସଷ୍ଟାଣ୍ଡର ଏହି ଘରୋଇ ବସ୍ ରେ ବଡଧରଣର ଅଗ୍ନିକାଣ୍ଡ ଘଟିଥିଲା। ବିଳମ୍ବିତ ରାତିରେ କୌଣସି କାରଣରୁ ଏକ ଘରୋଇ ବସ୍ ରେ ନିଆଁ ଲାଗିବାରୁ ବସ୍ ର ଅନେକ ଅଂଶ ହୁହୁ ହୋଇ ଜଳୁଥିଲା ,ଦୀର୍ଘସମୟ ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ପାଣି ସ୍ପ୍ରେ କରି ନିଆଁକୁ ଆୟତ କରିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ବସଷ୍ଟାଣ୍ଡରେ ଅନେକ ଗୁଡିଏ ବସ୍ ଲାଇନ୍ ହୋଇ ରହିଥିବା ବେଳେ ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ଅନ୍ୟ ବସ୍ ମଧ୍ୟ ନିଆଁ ଲାଗିବାରୁ ବର୍ତ୍ତି ଯାଇଥିଲା। ତେବେ କେତେଜଣ ଦୁର୍ବୁତ୍ତ ବସ୍ ରେ ଜାଣିଶୁଣି ନିଆଁ ଲଗାଇଥିବା ଅନୁମାନ କରାଯାଉଥିବା ବେଳେ ଅନ୍ୟପକ୍ଷରେ ବସ ଷ୍ଟାଣ୍ଡ ଟି କୁମ୍ଭାରପଡା ଥାନା ଅଧିନ ଥିବା ବେଳେ ପୋଲିସ ପାଟ୍ରୋଲିଂ ଅଭାବ ରୁ ନିଶାଡୀଙ୍କ ଅଡ୍ଡା ସ୍ଥଳୀ ପାଲଟିଛି ପୁରୀ ବସ ଷ୍ଟାଣ୍ଡ ଯାହାର ସୁଯୋଗ ନେଇ ବିଭିନ୍ନ ପ୍ରକାର ନିଶା ସେବନ କରୁଛନ୍ତି ଅନେକ ଜେଲ ଫେରନ୍ତା ଦୁର୍ବୁତ୍ତ ଯାହା ସାଧାରଣ ରେ ସହର ରେ ଚର୍ଚା ହେଉଛି। ୫ ବର୍ଷ ତଳେ ମଧ୍ୟ
ପୁରୀ ବସଷ୍ଟାଣ୍ଡରେ ଏହି ଭଳି ଭାବେ ନିଆଁ ଲାଗି ୩ ଟି ବସ ଜଳିଯାଇଥିଲା । ଏହି ଅଗ୍ନିକାଣ୍ଡ ରେ କେଉଁ ଅଭିଯୁକ୍ତଙ୍କ ରହିଛି ସଂପୃକ୍ତ ଓ କି ପ୍ରକାର ନିଆଁ ଲାଗିଲା ତାହା ପୋଲିସ ତଦନ୍ତ ନିତ୍ୟାନ୍ତ ଆବଶ୍ୟକ ବୋଲି ସହର ରେ ମତ ପ୍ରକାଶ ପାଇଛି । ଏହି ଦିଗ ରେ ପୁରୀ ପୋଲିସ କି ଭଳି ତଦନ୍ତ କରୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।
No comments yet.