ଡକାୟତି ଯୋଜନା କରୁଥିବା ଅଭିଯୋଗରେ 4ଜଣଙ୍କୁ ଗିରଫ ସହ କୋର୍ଟ ଚାଲାଣ l - NILACHALA SAMACHAR
Article Image

ଡକାୟତି ଯୋଜନା କରୁଥିବା ଅଭିଯୋଗରେ 4ଜଣଙ୍କୁ ଗିରଫ ସହ କୋର୍ଟ ଚାଲାଣ l

🗂 Crime | 🕒 13 May 2025, 17:55 IST

ପୁରୀ ସମୁଦ୍ରକୁଳ ଥାନା ପୁଲିସ ପେଟ୍ରୋଲିଂ ବେଳେ ସୁବାଷବୋଷ ଛକ ନିକଟ ଏକ ଭଙ୍ଗା ଘରେ ଡକାୟତି ଯୋଜନା କରୁଥିବା ଅଭିଯୋଗରେ 4ଜଣଙ୍କୁ ଗିରଫ ସହ କୋର୍ଟ ଚାଲାଣ l ସେମାନେ ହେଲେ ବାଙ୍କୀମୁହାଣ ଦାରୁବ୍ରହ୍ଣ କଲୋନୀରେ ରହୁଥିବା ଯାଜପୁର ଜିଲ୍ଲା ବରୀ ଥାନା ଅଂଚଳର ପ୍ରତାପ ଓରଫ ବିଶ୍ୱନାଥ ପଟ୍ଟନାୟକ 27, ବାଲିନୋଳିଆ ସାହି ଦେଉଳିସାହିର ବି ଶଙ୍କର 38, ଚକ୍ରତୀର୍ଥ ରୋଡ ଅଂଚଳର ମିଟି ଓରଫ କାହ୍ନୁ ଚରଣ ନାୟକ 40 ଓ ପେଣ୍ଠକଟା ଧୋବାଖାଲର ଜଗନ ନାୟକ 26 l ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଖଣ୍ଡା, ଗୋଟିଏ ଆଇରନ ରଡ଼, ଗୋଟିଏ ଛୁରୀ, ଲଙ୍କାଗୁଣ୍ଡ ପ୍ୟାକେଟ, ୨ଟି ଖାଲି ବିୟର ବୋତଲ ଓ ବିଡି ପ୍ୟାକେଟ ଜବତ କରାଯାଇଛି l କାର୍ତ୍ତିକ ବେହେରା ନାମକ ଯୁବକ ଫେରାର ହୋଇଯାଇଥିବା ନେଇ ପୁଲିସ କହିଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: