🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପ୍ରବଳ କୁହୁଡ଼ି ଲାଗି ଲୁଚିଗଲା ଶ୍ରୀମନ୍ଦିର । - NILACHALA SAMACHAR
Article Image

ପ୍ରବଳ କୁହୁଡ଼ି ଲାଗି ଲୁଚିଗଲା ଶ୍ରୀମନ୍ଦିର ।

🗂 Art & Culture | 🕒 23 Mar 2026, 11:18 IST

ପୁରୀ ୨୩।୦୩ : ଲୁଚିଗଲା ଶ୍ରୀମନ୍ଦିର । ପ୍ରବଳ କୁହୁଡ଼ି ଲାଗି ଲୁଚିଗଲା ଶ୍ରୀମନ୍ଦିର । ଘନକୁହୁଡ଼ି ଲାଗି ବଡ଼ଦାଣ୍ଡରେ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ସୋମବାର ସକାଳୁ ସକାଳୁ ପୁରୀରେ ଦେଖିବାକୁ ମିଳିଥିଲା ଏମିତି କିଛି ଚିତ୍ର । 


ସୋମବାର ସକାଳ । ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼ ଲାଗିଥିଲା । ହଜାର ହଜାର ସଂଖ୍ୟାରେ ଭକ୍ତ କାଳିଆ ଠାକୁରଙ୍କୁ ଦର୍ଶନ ଲାଗି ଆସିଥିଲେ । ହେଲେ ଏହି ସମୟରେ ପୁରୀରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର । ଘନ କୁହୁଡ଼ିର ଆସ୍ତରଣରେ ଲୁଚିଯାଇଥିଲା ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର । ୧୦୦ ମିଟର ଦୂରରୁ ଶ୍ରୀମନ୍ଦିର ଦୃଶ୍ୟମାନ ହେଉନଥିଲା । ଅତି ନିକଟରୁ ଦେଖିଲେ ହିଁ ମନ୍ଦିରର ସ୍ପଷ୍ଟ ଚିତ୍ର ଆଖି ସାମ୍ନାକୁ ଆସୁଥିଲା । ଘନ କୁହୁଡି ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆଜି ନୀଳଚକ୍ର ଦର୍ଶନ କରି ନପାରି ନିରାଶ ହୋଇଛନ୍ତି। ସେହିପରି ପ୍ରବଳ କୁହୁଡ଼ି ଯୋଗୁଁ ପୁରୀ ବଡ଼ଦାଣ୍ଡରେ ମଧ୍ୟ ଯାତାୟତରେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: