🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ବ୍ରାଉନସୁଗାର ଜବତ, ୨ ଗିରଫ - NILACHALA SAMACHAR
Article Image

ବ୍ରାଉନସୁଗାର ଜବତ, ୨ ଗିରଫ

🗂 Crime | 🕒 23 Mar 2026, 23:10 IST

ପୁରୀ, ୨୩/୩ : ବ୍ରାଉନସୁଗାର କାରବାର ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ୨ ଜଣକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ଦାମୋଦର ରୋଡ ହରଚଣ୍ଡୀ ଲେନର ବଳି ଓରଫ ବଳଭଦ୍ର ଜେନା ୨୨ ଓ ଗୌଡ଼ବାଡ଼ ସାହି ଜମ୍ବେଶ୍ୱର ମନ୍ଦିର ନିକଟର ଲିପୁ ଓରଫ ବଳଭଦ୍ର ମହାନ୍ତି ୩୫ l ଅଭିଯୁକ୍ତଙ୍କ ନିକଟରୁ ୧୨. ୫ ଗ୍ରାମ ବ୍ରାଉନ ସୁଗାର, ଓଡି ୧୩ଡବ୍ଲୁ ୭୯୨୬ ନମ୍ବର ବିଶିଷ୍ଟ ବାଇକ, ୨ଟି ମୋବାଇଲ ଓ ୫୫୦ ଟଙ୍କା ଜବତ କରାଯାଇଛି l ଷ୍ଟ୍ରଲିଂ ଛକ ନିକଟରେ ଅଭିଯୁକ୍ତ ଦ୍ବୟ ବ୍ରାଉନ ସୁଗାର କାରବାର ବେଳେ ବଳିଆପଣ୍ଡା ଥାନା ପୁଲିସ ଅଭିଯୁକ୍ତ ଦ୍ବୟକୁ ମାଡି ବସିଥିଲେ l ପରେ ଏନଡିପିଏସ ଆକ୍ଟରେ ୭୩/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟକୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: