🗂 Crime | 🕒 24 Mar 2026, 00:30 IST
ପୁରୀ, ୨୩/୩ : ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ବେକରୁ ସୁନାଚେନ ଲୁଟ ଅଭିଯୋଗରେ ସିଂହଦ୍ୱାର ଥାନା ପୁଲିସ ଜଣେ ମହିଳାଙ୍କ ସହ ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍କାର ଲଳିତା ମୁଦୁଲିଆ ୬୬ ଓ ଦେବ ମୁଦୁଲିଆ ୩୫ l ସେମାନଙ୍କ ଠାରୁ ୨୪ଗ୍ରାମର ସୁନାଚେନ ଜବତ କରାଯାଇଛି l ଗଜପତି ଜିଲ୍ଲାର ମହିଳା ଶ୍ରଦ୍ଧାଳୁ କେ ଚନ୍ଦ୍ରମା ତାଙ୍କର ପରିବାର ସହ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ମନ୍ଦିର ଭିତରେ ଥିଲେ l ଅଭିଯୁକ୍ତ ଦ୍ବୟ ତାଙ୍କ ବେକାରୁ ସୁନାଚେନ କାଟି ନେବାବେଳେ ସେ ଧରିବାକୁ ଯିବାବେଳେ ଅଭିଯୁକ୍ତ ତାଙ୍କୁ ଧକ୍କା ଦେଇ ଫେରାର ହୋଇଥିଲା l ଏହି ସମୟରେ ସେଠାରେ କାର୍ଯ୍ୟରତ ପୁଲିସ କର୍ମଚାରୀ ସେମାନଙ୍କୁ କାବୁ କରିଥିଲେ l କେ ଚନ୍ଦ୍ରମାଙ୍କ ଅଭିଯୋଗ କ୍ରମେ ୭୩/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.