🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
୨୫ ତାରିଖରେ ଆରମ୍ଭ ହେବ ରତ୍ନ ଅଳଙ୍କାର ଗଣତି ମଣତି - NILACHALA SAMACHAR
Article Image

୨୫ ତାରିଖରେ ଆରମ୍ଭ ହେବ ରତ୍ନ ଅଳଙ୍କାର ଗଣତି ମଣତି

🗂 Art & Culture | 🕒 24 Mar 2026, 10:10 IST

ପୁରୀ ୨୪/୩ :ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ। ଦିନ ୧୨ ଟା ୯ ମିନିଟ୍ ରୁ ଦିନ ୧ଟା ୪୫ ମଧ୍ୟରେ ଶୁଭ ମୁହୂର୍ତ୍ତ ଥିବାରୁ ଏହି ଶୁଭ ମୁହୂର୍ତ୍ତରେ ରତ୍ନଭଣ୍ଡାର କୁ ପ୍ରବେଶ କରିବେ ଗଣତି ମଣତି ପ୍ରକ୍ରିୟା ରେ ସାମିଲ୍ ହେବାକୁ ଥିବା ସଦସ୍ୟ ମାନେ। ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସୁରୁଖୁରୁରେ ଅନୁଷ୍ଠିତ ହେବ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ପୁରୀ ଗସ୍ତରେ ଆଇନମନ୍ତ୍ରୀ ଆସି ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ଆଗାମୀ ଦିନରେ କିଭଳି ସୁରୁଖୁରୁରେ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସମାପନ ହେବ ସେନେଇ ଗଣତି ମଣତି ପ୍ରକ୍ରିୟାରେ ସାମିଲ୍ ହେବାକୁ ଥିବା ସମସ୍ତ ଅଧିକାରୀ ଓ ପ୍ରାଧିକୃତ ସେବାୟତଙ୍କୁ ସେ ପରାମର୍ଶ ଦେଇଥିଲେ। ତେବେ ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଗଣତି ମଣତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ମହାପ୍ରଭୁଙ୍କ ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଯେଭଳି ବାଧାପ୍ରାପ୍ତ ନହୁଏ ତାହାକୁ ଦୃଷ୍ଟିରେ ରଖି ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ତେବେ ନିର୍ଦ୍ଦିଷ୍ଟ କେତେ ଦିନରେ ଗଣତି ମଣତି କାର୍ଯ୍ୟ ଶେଷ ହେବ ତାହା କହିବା ଏବେ ସମ୍ଭବ ନୁହେଁ ବୋଲି ଆଇନମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।


ଆରବିଆଇ ଅଧିକାରୀ, ସ୍ବର୍ଣ୍ଣକାର, ରତ୍ନ ପଥର ବିଶେଷଜ୍ଞ ଉପସ୍ଥିତ ରହି ସମସ୍ତ ରତ୍ନ ଅଳଙ୍କାର ଚିହ୍ନଟ କରିବା ପରେ ଏହାର ନାମକରଣ କରାଯାଇ ସୁରକ୍ଷିତ ଭାବେ ରଖାଯିବ। ସମସ୍ତ ରତ୍ନ ଅଳଙ୍କାରର ଡିଜିଟାଲ ଫଟୋଗ୍ରାଫି କରାଯିବ। ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଯେଭଳି ରତ୍ନ ଅଳଙ୍କାରର କୌଣସି ସମସ୍ୟା ବା ବିପଦ ସୃଷ୍ଟି ନହୁଏ ତା'କୁ ଦୃଷ୍ଟିରେ ରଖାଯାଇ ସମସ୍ତ ସୁରକ୍ଷା ପଦକ୍ଷେପ ସହିତ ସମ୍ପୂର୍ଣ୍ଣ ତଥ୍ୟ ରଖାଯିବ। ଯାହାଫଳରେ ଆଗାମୀ ଦିନରେ ଗଣତି ମଣତି ହେଲେ ସୁବିଧାରେ ସମସ୍ତ କାର୍ଯ୍ୟ ହୋଇପାରିବ। 


💬 Leave a Comment

🗨️ Approved Comments

No comments yet.

🔗 Share this article: