ରକ୍ତଦାନ ଶିବିର ଅନୁଷ୍ଠିତ, 31ୟୁନିଟ ରକ୍ତ ସଂଗ୍ରହ l - NILACHALA SAMACHAR
Article Image

ରକ୍ତଦାନ ଶିବିର ଅନୁଷ୍ଠିତ, 31ୟୁନିଟ ରକ୍ତ ସଂଗ୍ରହ l

🗂 Local | 🕒 13 May 2025, 18:07 IST

ବିକଳ୍ପ ବିବାଦ ସମାଧାନ ସମ୍ମିଳନୀ କକ୍ଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, 31ୟୁନିଟ ରକ୍ତ ସଂଗ୍ରହ l ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ l ଏହି କାର୍ଯକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅମିତ କୁମାର ବାରିକ ପରିଚାଳନା କରିଥିଲେ l ଏହି ଶିବିରରେ ଦେୱାନି ବିଚାରପତି ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସେନାପତି, କୋର୍ଟ କର୍ମଚାରୀ, ଆଇନ ସେବା ପ୍ରାଧିକରଣର କର୍ମଚାରୀ ଏବଂ ସାହିଭାଇ ଅନୁଷ୍ଠାନର ସ୍ବଚ୍ଛାସେବୀ ମାନେ ରକ୍ତଦାନ କରିଥିଲେ l ଉକ୍ତ ଶିବିରରେ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯକ୍ରମରେ ଜିଲ୍ଲା କୋର୍ଟର ସମସ୍ତ ବିଚାରପତି ଗଣ ଓ ସ୍ଥାୟୀ ଲୋକ ଅଦଲତାର ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା ପଣ୍ଡା ଉପସ୍ଥିତ ଥିଲେ । ସାହିଭାଇ ଅନୁଷ୍ଠାନର ସ୍ବଚ୍ଛାସେବୀ ଏବଂ କର୍ମକର୍ତା ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ । ଆଜି ପୂର୍ବାହ୍ନରୁ ରକ୍ତଦାନ ଶିବିର ଆରଂଭ ହୋଇ ଅପରାହ୍ନ 2ଟା ପର୍ଯ୍ୟନ୍ତ ଚାଲିଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: