🗂 Crime | 🕒 01 Apr 2026, 00:00 IST
ପୁରୀ, ୩୧/୩ : ବେଆଇନ ନିଶା ଔଷଧ ଏସକଫ ସିରଫ କାରବାର ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟଙ୍କ ପରିଚୟ ବଳିଆପଣ୍ଡା ବସ୍ତି ମଙ୍ଗଳାସାହିର ଟୁନା ଓରଫ ରମେଶ ପ୍ରଧାନ ୪୦ ଓ ବଳିଆପଣ୍ଡା ମହାରଣା ସାହିରେ ରହୁଥିବା ଗଞ୍ଜାମ ଖଲିକୋଟର ଦ୍ଵିତୀକୃଷ୍ଣ ଗୌଡ଼ ୨୯ l ଅଭିଯୁକ୍ତ ଦ୍ବୟଙ୍କ ଠାରୁ ୬୨ଟି ଏସକଫ ସିରଫ ବୋତଲ, ଏକ ସ୍କୁଟି, ୨ଟି ମୋବାଇଲ ଓ ୬୦୦ଟଙ୍କା ଜବତ କରିଛି ପୁଲିସ l ଅଭିଯୁକ୍ତ ଦ୍ବୟ ଧବଳେଶ୍ୱର ନଗର ଧବଳେଶ୍ୱର ମନ୍ଦିର ନିକଟରେ ବେଆଇନ ଏସକଫ ସିରଫ କାରବାର କରୁଥିବା ବେଳେ ପାଟ୍ରୋଲିଂ ପୁଲିସ ଗିରଫ କରିଥିଲା l ୮୦/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.