🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ସୋସିଆଲ ମିଡିଆରୁ ଜାଣି ପୁଲିସର ଜୁଆଆଡ୍ଡା ଉପରେ ଚଢ଼ାଉ, ୫ ଗିରଫ - NILACHALA SAMACHAR
Article Image

ସୋସିଆଲ ମିଡିଆରୁ ଜାଣି ପୁଲିସର ଜୁଆଆଡ୍ଡା ଉପରେ ଚଢ଼ାଉ, ୫ ଗିରଫ

🗂 Crime | 🕒 06 Apr 2026, 19:37 IST

ପୁରୀ, ୬/୩ : ଚନ୍ଦନପୁର ଥାନା ଅନ୍ତର୍ଗତ ମାଳସାହି ଓ ଗୌଡିକେରା ଗ୍ରାମପଞ୍ଚାୟତ ଅଞ୍ଚଳରେ ଚାଲିଥିବା ଜୁଆଆଡ୍ଡା ସୋସିଆଲ ମିଡିଆରେ ଏକ ଭିଡ଼ିଓ ଘୁରି ବୁଲୁଥିଲା l ଏହା ପୁଲିସ ନଜରକୁ ଆସିଥିଲା l ଯାହାରେ ମାଳସାହି ଗ୍ରାମରୁ ଏକ ବିଲ ଭିତରେ କିଛି ବ୍ୟକ୍ତି ଅବୈଧ ଭାବେ ଜୁଆ ଖେଳୁଥିବା ପୁଲିସ ଜାଣିବାକୁ ପାଇଥିଲା l ଚନ୍ଦନପୁର ଥାନା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣା ସ୍ଥଳରେ ଚଢ଼ାଉ କରି ୫ ଜଣକୁ ଗିରଫ କରିଥିଲା l ଅଭିଯୁକ୍ତ ମାନେ ହେଲେ ଅଠରଭାଗର ପବିତ୍ର ବେହେରା ୨୬, ଦୁଷ୍ମନ୍ତ ବେହେରା ୩୧, ଖଣ୍ଡିଘରର ପ୍ରଭାତ କୁମାର ପ୍ରଧାନ ୨୭, ହେମନ୍ତ ପ୍ରଧାନ ୩୮ ଓ ରୋହିତ ପ୍ରଧାନ ୩୦ l ଅଭିଯୁକ୍ତ ମାନଙ୍କ ନିକଟରୁ ୬ଟି ମୋଟର ସାଇକେଲ, ୬ଟି ମୋବାଇଲ ଓ ୭୬୭୦ଟଙ୍କା ଜବତ କରାଯାଇଛି l ଏହି ସମ୍ବନ୍ଧରେ ଚନ୍ଦନପୁର ଥାନା କେସ୍ ନମ୍ବର ୭୩/୨୬ ରେ ମାମଲା ରୁଜୁ କରାଯାଇଛି l ଏପରି କାର୍ଯ୍ୟରେ ଜଡିତ ଲୋକମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: