🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଦାଦାବଟି ଆଦାୟ ଅଭିଯୋଗରେ କାକା ଗିରଫ - NILACHALA SAMACHAR
Article Image

ଦାଦାବଟି ଆଦାୟ ଅଭିଯୋଗରେ କାକା ଗିରଫ

🗂 Crime | 🕒 08 Apr 2026, 17:36 IST


ପୁରୀ, ୮/୪ : ଭୁଦାନ ଜଙ୍ଗଲ ନିକଟରେ ଛୁରୀ ଦେଖାଇ ପର୍ଯ୍ୟଟକଙ୍କ ଠାରୁ ଦାଦାବଟି ଆଦାୟ କରିବା ଅଭିଯୋଗରେ ତାଳବଣିଆ ଥାନା ପୁଲିସ ଜଣକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଭାରତୀପୁରରେ ରହୁଥିବା ଉତ୍ତରପ୍ରଦେଶ ଝାନ୍ସୀ ଜିଲ୍ଲା ରାମପୁରର କାକା ଓରଫ ରୁପେଶ ଯାଦବ ୨୬ l ଅଭିଯୁକ୍ତ ନିକଟରୁ ୨୦୦ଟଙ୍କା ଏକ ଛୁରୀ ଜବତ କରିଛି ପୁଲିସ l ମଙ୍ଗଳବାର ଅପରାହ୍ନରେ ପୁଲିସ ପାଟ୍ରୋଲିଂ ବେଳେ ଅଭିଯୁକ୍ତ ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ଅଭିଯୁକ୍ତକୁ ଗିରଫ କରିଥିଲା l ଅଭିଯୁକ୍ତ ବିରୁଦ୍ଧରେ ୧୧୪/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: